
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ଜଣାଶୁଣା ମହିଳାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ସମ୍ଭାଳିଛନ୍ତି । ଏଥିରେ ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ବୈଶାଳୀ ରମେଶବାବୁ ଏବଂ ବୈଜ୍ଞାନିକ ଏଲିନା ମିଶ୍ର ଏବଂ ଶିଳ୍ପୀ ସୋନି ସାମିଲ ଅଛନ୍ତି । ଶନିବାର ଦିନ ଏହି ମହିଳାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଏକ୍ସ’ ହ୍ୟାଣ୍ଡେଲର ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଏହା ପ୍ରଧାନମନ୍ତ୍ରୀଙ୍କ ସେହି ପ୍ରତିଶ୍ରୁତିର ଏକ ଅଂଶ, ଯେଉଁଥିରେ ସେ କହିଥିଲେ ଯେ ମହିଳା ଦିବସରେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ନିଜର ଛାପ ସୃଷ୍ଟି କରୁଥିବା ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ପ୍ରଧାନମନ୍ତ୍ରୀଙ୍କ ‘ଏକ୍ସ’ ହ୍ୟାଣ୍ଡେଲରୁ ପୋଷ୍ଟ କରି ବୈଶାଳୀ କହିଛନ୍ତି ଯେ ସେ ଏହି ସୁଯୋଗ ପାଇଁ ବହୁତ ଖୁସି ଏବଂ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଗର୍ବିତ ଅନୁଭବ କରୁଛନ୍ତି ।
ବୈଜ୍ଞାନିକ
ଏଲିନା
ମିଶ୍ର
– ଶିଳ୍ପୀ ସୋନିଙ୍କ
ବିଶେଷ ବାର୍ତ୍ତା
ଓଡ଼ିଶାର ଏଲିନା ମିଶ୍ର ଏବଂ ସୋନି ମଧ୍ୟ ସେମାନଙ୍କର ସନ୍ଦେଶ ସେୟାର କରିଛନ୍ତି । ଉଭୟ କହିଛନ୍ତି ଯେ ଭାରତ ବିଜ୍ଞାନ ପାଇଁ “ସର୍ବାଧିକ ଜୀବନ୍ତ ସ୍ଥାନ’, ଏବଂ ଅଧିକ ମହିଳା ଏହାକୁ ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି । ସେ ନିବେଦନ କରିଥିଲେ ଯେ, ଭାରତୀୟ ମହିଳାମାନଙ୍କ ପାଖରେ ପ୍ରତିଭା ଅଛି ଏବଂ ଭାରତରେ ସଠିକ୍ ପ୍ଲାଟଫର୍ମ ଅଛି, ଏହାର ସୁଯୋଗ ନିଅନ୍ତୁ ।