
ଆସିଗଲା ଇଣ୍ଟରପୋଲ୍ ଢାଞ୍ଚାରେ ଭାରତପୋଲ୍। ଏଥର ଅପରାଧ ଘଟାଇ ଖସିଯିବା ଆଉ ସହଜ ହେବନାହିଁ। ଅପରାଧ ଘଟାଇ ଚମ୍ପଟ ମାରିଲେ ଅପରାଧୀ ହେବେ ସାବାଡ୍ । ଦେଶ ଛାଡି ବିଦେଶକୁ ପଳାଉଥିବା ମୋଷ୍ଟୱାଣ୍ଟେଡଙ୍କୁ ମିଳିବନି ତ୍ରାହି । ଏବେ ଅପରାଧିକୁ ଧରିବା ହେବ ସହଜ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ଭାରତପୋଲ ପୋର୍ଟାଲ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲ ସିବିଆଇ ପରି କାମ କରିବ ।
ଭାରତପୋଲ ଉଦଘାଟନ ହେବା ଦ୍ବାରା ଭାରତୀୟ ଇନଭେଷ୍ଟିଗେସନ ଏଜେନ୍ସି ଏବଂ ସବୁ ରାଜ୍ୟର ପୋଲିସ ସହଜରେ ଇଣ୍ଟରପୋଲ ସହ ଯୋଡି ହେବେ ।
ଭାରତପୋଲ ପୋର୍ଟାଲ ଲଞ୍ଚ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଆଜି ଭାରତପୋଲର ଶୁଭାରମ୍ଭ ହୋଇଛି । ଏହା ଆମ ଅନ୍ତରାଷ୍ଟ୍ରୀୟ ଅନୁସନ୍ଧାନକୁ ଅଲଗା ଯୁଗକୁ ନେବ । ଇଣ୍ଟରପୋଲ ସହିତ କାମ କରିବାକୁ କେବଳ ସିବିଆଇ ଥିଲା । ଭାରତପୋଲ ଦ୍ବାରା ଦେଶର ସବୁ ରାଜ୍ୟର ପୋଲିସ ସରଳତାର ସହ ଇଣ୍ଟରପୋଲ ସହିତ କନେକ୍ଟ କରିପାରିବ । ସିଧା ଇନଭେଷ୍ଟକେସନରେ ଗତି ଦେବାରେ ସହାୟକ ହେବ । ଏଜେନ୍ସିଂ ସିବିଆଇ ରହିବ ମାତ୍ର ଟେକନିକ ଆଧାରରେ ହୋଇଥିବା ବ୍ୟବସ୍ଥା ମାଧ୍ୟରେ ଦୂରତା କମିବ । ଅଧିକ ସୂଚନା ମିଳିପାରିବ । ସଠିକ ରୂପେ ଅପରାଧ ବିଷୟରେ ସୂଚନା ମିଳିବ ଏବେ ଅପରାଧ ଘଟିବା ପୂର୍ବରୁ ରୋକିବାକୁ ପ୍ରସ୍ତୁତି କରାଯିବ । ଏହି ପୋର୍ଟାଲ ଲଞ୍ଚ ହେବା ନେଇ ସିବିଆଇ ପରିବାର ଓ ନିର୍ଦ୍ଦେଶକଙ୍କୁ ଶୁଭେଚ୍ଛା ଜଣାଉଛି ।
ଭାରତପୋଲ କଣ – ଆରମ୍ଭ ହୋଇଥିବା ଭାରତପୋଲ ଏକ ସାଧାରଣ ପୋର୍ଟାଲ । ଏହା ମାଧ୍ୟମରେ ଯେକୌଣସି ଆତଙ୍କବାଦୀ ଘଟଣା, ବଡ ବଡ ଅପରାଧ, ନାର୍କୋ ଓ ସାଇବର କ୍ରାଇମରେ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କ ନିକଟରେ ପହଞ୍ଚିବା ସହଜ ହେବ । ଏହି ପୋର୍ଟଲରେ ସିବିଆଇ, ଇଡି, ଏନଆଇଏ ଏବଂ ସମସ୍ତ ରାଜ୍ୟ ପୋଲିସ ଭଳି ଅନୁସନ୍ଧାନକାରୀ ସଂସ୍ଥା ସାମିଲ ହେବେ । ଏମାନେ ପରସ୍ପର ସହ ସହଝରେ ଯୋଡି ହେବେ । ସାଧାରଣତଃ ମୋଷ୍ଟୱାଣ୍ଟେଡ ଅପରାଧୀ ଅପରାଧ ଘଟାଇ ଦେଶ ଛାଡି ଚାଲିଯାଉଥିଲେ । ସେଠାରେ ଆହୁରି ଯଡଯନ୍ତ୍ର କରୁଥିଲେ । ଏବେ ସେମାନଙ୍କ ଯୋଜନା ପଣ୍ଡ ହେବାକୁ ଯାଉଛି । ଏମାନଙ୍କ ଉପରେ ଭାରତପୋଲ ପୋର୍ଟଲ ଜରିଆରେ ଲାଗାମ ଲଗାଯିବ । ଏହି ପୋର୍ଟଲ ଜରିଆରେ ଇଣ୍ଟରପୋଲ ସହିତ ଭାରତୀୟ ସୁରକ୍ଷା ଏଜେନ୍ସିର ସମନ୍ବୟ ସହଜ ହେବ । ଏହା ଦ୍ବାରା ରାଜ୍ୟ ପୋଲିସଙ୍କୁ ଲାଭ ମିଳିପାରିବେ । ଅପରାଧୀଙ୍କ ବିଷୟରେ ସୂଚନା ପାଇଁ ସିଧାସଳଖ ଇଣ୍ଟରପୋଲକୁ ଅନୁରୋଧ କରିପାରିବେ । ପୂର୍ବରୁ ରାଜ୍ୟ ପୋଲିସଙ୍କୁ ପ୍ରଥମେ ସିବିଆଇକୁ ଆବେଦନ କରିବାକୁ ପଡୁଥିଲା । ସିବିଆଇ ଏହାକୁ ଇଣ୍ଟରପୋଲକୁ ପଠାଉଥିଲା । ବର୍ତ୍ତମାନ ଏହା ସିଧାସଳଖ କରାଯିବ । ରାଜ୍ୟ ପୋଲିସମାନେ ଏଥର ସିଧାସଳଖ ଇଣ୍ଟରପୋଲ୍ ସହିତ ଯୋଗାଯୋଗ ସ୍ଥାପନ କରିପାରିବେ