

ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ ? ଏହାକୁ ନେଇ ରାଜନୈତିକ ମଞ୍ଚ, ଟିଭି ବିତର୍କ ଓ ମୁଦ୍ରିତ ଗଣମାଧ୍ୟମରେ ଅନେକ ବିତର୍କ ଜାରି ରହିଛି । ଏହା ବି ଏକ ବିତର୍କର ବିଷୟ ହେବା ଆବଶ୍ୟକ । କଂଗ୍ରେସ ଇନ୍ଦିରା ଗାନ୍ଧୀ ଓ ଜବାହରଲାଲ ନେହରୁଙ୍କୁ ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କହୁଥିବା ବେଳେ ବିଜେପି ନରେନ୍ଦ୍ର ମୋଦୀ ଓ ଅଟଳବିହାରୀ ବାଜପେୟୀଙ୍କୁ ଭଲ ପ୍ରଧାନମନ୍ତ୍ରୀ ବୋଲି କହୁଛି ।
ଏହାକୁ ନେଇ କେବେ କେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇନ୍ଦିରା ଓ ନେହରୁଙ୍କ ସହ ବିଜେପି ତୁଳନା କରିଥାଏ । ଏହାରି ଭିତରେ ଏକ ସର୍ଭେ ସଂସ୍ଥାକୁ ଦେଶର ଜନତା ଯେଉଁ ମତ ଦେଇଛନ୍ତି ତାହା ଆପଣଙ୍କୁ ଚକିତ କରିଦେବ । ଏହି ରିପୋର୍ଟ କହିଛି କି ଏପର୍ଯ୍ୟନ୍ତ ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ ?
ଇଣ୍ଡିଆ ଟୁଡେ-ସି ଭୋଟର ତରଫରୁ ଏକ ଓପିନିୟନ ପୋଲ୍ କରାଯାଇଛି । ଏହାର ନାମ ମୁଡ ଅଫ୍ ଦି ନେସନ ବୋଲି ରଖାଯାଇଥିଲା । ଏହି ସର୍ଭେ ବେଳେ ଜନତା ବିଜେପି ସପକ୍ଷରେ ମତ ଦେଇଛନ୍ତି । ଏହି ପୋଲ୍ ର ଫଳାଫଳ ସର୍ବାଧିକ ଲୋକଙ୍କ ମତ ଅନୁଯାୟୀ ଏପର୍ଯ୍ୟନ୍ତ ଦେଶରେ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ନରେନ୍ଦ୍ର ମୋଦୀ ସବୁଠୁ ଭଲ ଆଉ ଦକ୍ଷ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସପକ୍ଷରେ ୫୦ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି ।
ପୋଲ୍ ମୁତାବକ ୫୦.୦୭ ପ୍ରତିଶତ ଲୋକ ଏବେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୦.୩ ପ୍ରତିଶତ ଲୋକ ଇନ୍ଦିରା ଗାନ୍ଧୀ, ୧୩.୬ ପ୍ରତିଶତ ଲୋକ ମନମୋହନ ସିଂ ଓ ୫.୨ ପ୍ରତିଶତ ଲୋକ ଜବାହରଲାଲ ନେହରୁଙ୍କୁ ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ ବୋଲି ମତ ରଖିଛନ୍ତି । ଏହାସହ ଅଟଳ ବିହାରୀ ବାଜପେୟୀଙ୍କ ସପକ୍ଷରେ ୧୧.୮ ପତିଶତ ଲୋକେ ଭୋଟ ଦେଇଛନ୍ତି ।
ଏହି ପୋଲ୍ ୨ଜାନୁଆରୀରୁ ୯ ଫେବୃଆରୀ ମଧ୍ୟରେ କରାଯାଇଥିଲା । ଏଥିରେ ପ୍ରତି ଲୋକସଭା କ୍ଷେତ୍ରରୁ ପାଖାପାଖି ୧ ଲକ୍ଷ ୨୫ ହଜାର ଲୋକଙ୍କ ମତ ନିଆଯାଇଥିଲା ।