



ଆଜି ପଞ୍ଜିକା ସମୀକରଣ ବୈଠକ ବସି ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି। ଆଜିର ବୈଠକରେ ୫ଟି ପଞ୍ଜିକା ପ୍ରକାଶକ ଯୋଗଦାନ କରିଥିଲେ। ବାର୍ଷିକ ପର୍ବପର୍ବାଣି ଅନୁମୋଦିତ ହୋଇଛି। କୌଣସି ଦ୍ୱନ୍ଦ ରହିବ ନାହିଁ। ଶ୍ରୀମନ୍ଦିରର ପ୍ରଚଳିତ ପର୍ବପର୍ବାଣୀ ତିଥିକୁ ନେଇ କୌଣସି ତାରତମ୍ୟ ରହିବ ନାହିଁ ବୋଲି କୁହାଯାଇଛି।
ଭୁଲ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଏକ ସବକମିଟି ଗଠନ କରାଯାଇଛି। ୫ ପାଞ୍ଜିକା ସେମାନଙ୍କ ପାଣ୍ଡୁଲିପି ଦାଖଲ କରିଛନ୍ତି। ପାଞ୍ଚଟି ହେଲା ରାଧାରମଣ, କୋହିନୁର, ଅରୁଣଦୋୟ, ଜିଏନ ତ୍ରିପାଠୀ, ଭାଗ୍ୟଦୀପ। ସମସ୍ତ ଜନସାଧାରଣ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବୈଠକରେ ପୂର୍ଣ୍ନାଙ୍ଗ ସହମତି ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।