

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ଲାଗୁ କରିବେ ରାଜ୍ୟ ସରକାର। ଆଜି ବଜେଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନା ଅଧିନରେ ବାହାଘର ପାଇଁ ଟଙ୍କା ଦେବେ ସରକାର।
ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଗରିବ ପରିବାରର ଝିଅଙ୍କ ବିବାହ କରାଇବେ ରାଜ୍ୟ ସରକାର। ଏଥିପାଇଁ ବଜେଟରେ ୧୨ କୋଟିର ବ୍ୟୟ ବରାଦ ହୋଇଛି।
କନ୍ୟା ସନ୍ତାନ ଏକ ଆଶୀର୍ବାଦ, ବୋଝ ନୁହେଁ, ଏବଂ ଆମେ ସେମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସମ୍ମାନ ଏବଂ ସଶକ୍ତ କରିବା ଉଚିତ୍ ବୋଲି କହିଛନ୍ତି ରାଜ୍ୟ ସରକାର।
ବେଳେବେଳେ ଗରିବ ପରିବାରମାନେ ନିଜ ଝିଅମାନଙ୍କୁ ସମ୍ମାନର ସହ ବିବାହ କରାଇବା ଆର୍ଥିକ ଦୃଷ୍ଟିରୁ ଅସହାର ହୋଇପଡ଼ନ୍ତି। ଏଥିପାଇଁ ସରକାର ଏକ ନୂଆ ଯୋଜନା “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପ୍ରସ୍ତାବ ଦେଉଛି।
ଏହି ଯୋଜନା ଅଧୀନରେ ସାମୂହିକ ବିବାହ ଆୟୋଜନ କରାଯିବ ଏବଂ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ।ଏଥିପାଇଁ ୧୨ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି ସୁଭଦ୍ରା ଯୋଜନା ଅଧିନରେ ଆଉ ଚାରୋଟି ନୂଆ ଯୋଜନା କାର୍ଯ୍ୟକାରୀ ହେବ। ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ କାର୍ଯ୍ୟକାରୀ ହେବ। କୁହା ସୁଭଦ୍ରା କଲ୍ ସେଣ୍ଟର, ସୁଭଦ୍ରା ସହଯୋଗୀ କାର୍ଯ୍ୟକାରୀ ହେବ। ସୁଭଦ୍ରା ପଣ୍ଡିତ, ସୁଯୋଗ୍ୟ ସୁଭଦ୍ରା ଭଳି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ। ଏଥିପାଇଁ ଏଥର ବଜେଟରେ ୧୦ ହଜାର ୧୪୫ କୋଟି ବ୍ୟୟ ବରାଦ ହୋଇଛି।