

ଭୁବନେଶ୍ୱରର ପଟିଆ ସ୍ଥିତ କିଟ୍ କଲେଜରେ ଦେଖିବାକୁ ମିଳିଛି ଉତ୍ତେଜନା। ଶିକ୍ଷାନୁଷ୍ଠାନରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ର କରିଛନ୍ତି ଉନ୍ମକ୍ତକାଣ୍ଡ। ପ୍ରଥମେ ଛାତ୍ରୀଙ୍କୁ ଅସଦାଚରଣ ପରେ ଜୀବନ ହାରିଲେ ଛାତ୍ରୀ। ଏ ଅଭିଯୋଗ ଆସିବା ପରେ ଗତକାଲି ବିଳମ୍ୱିତ ରାତିରେ କ୍ୟାମ୍ପସ ପରିସରରେ ଉତ୍ତେଜନା ଦେଖାଦେଇଥିଲା।କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
କିଟ୍ କଲେଜର ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କ୍ୟାମ୍ପସ ଛାଡିବାକୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି କିଟ୍ । ହେଲେ ଏବେଯାଏଁ ଛାତ୍ରୀଙ୍କ ମୃତ୍ୟୁ ଉପରୁ ପରଦା ହଟି ନଥିବା ବେଳେ, ପ୍ରେମ ପାଇଁ ଛାତ୍ରୀ ଜଣକ ଜୀବନ ହାରିଥାଇ ପାରନ୍ତି ବୋଲି କୁହାଯାଉଛି। ହେଲେ ଅନ୍ୟପଟେ ଅଭିଯୋଗ ଆସିଛି କି ଛାତ୍ରୀ ଜଣଙ୍କୁ ଅସଦାଚରଣ କରାଯାଇଥିଲା। ଯାହାପରେ ସେ ଆତ୍ମହତ୍ୟା କରିଛନ୍ତି। ହତ୍ୟା ସନ୍ଦେହରେ ମୃତ ଛାତ୍ରୀଙ୍କ ରୁମକୁ ଯାଇ ଖୋଳତାଡ଼ କରୁଛି ସାଇଣ୍ଟିଫିକ୍ ଟିମ୍। ମୃତ ଛାତ୍ରୀର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ। ସେପଟେ କିଟରେ ଉତ୍ତେଜନା ପରେ ସଫେଇ ରଖିଛନ୍ତି କିଟ୍ କଲେଜର କୂଳ ସଚିବ। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅଭିଯୁକ୍ତ ଛାତ୍ରଙ୍କ ସହ ମୃତ ନେପାଳୀ ଛାତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ। ମନୋମାଳିନ୍ୟରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତଦନ୍ତ କରୁଛି ପୋଲିସ।
କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଯାଇଛି। କୁହାଯାଉଛି, ଏହି ଛାତ୍ରୀଛାତ୍ରଙ୍କୁ ଜୋର୍ ଜବରଦସ୍ତ କଟକ ରେଲଓ୍ବେ ଷ୍ଟେଶନରେ ଛଡ଼ାଯାଇଛି। ସୁରକ୍ଷାକର୍ମୀମାନେ ନେପାଳୀ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆତ୍ମହତ୍ୟା ପରେ କ୍ୟାମ୍ପସ୍ରେ ଉତ୍ତେଜନା ଦେଖାଦେଇଥିଲା।
ନ୍ୟାୟ ପାଇଁ ଛାତ୍ରୀଛାତ୍ର ରାସ୍ତା ଅବରୋଧ କରିଥିଲେ। ଆମେ ନ୍ୟାୟ ଚାହୁଁଛୁ’। ତଦନ୍ତରେ ସ୍ବଚ୍ଛତା ଦାବି କରି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। କର୍ତ୍ତୃପକ୍ଷ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଏକ ଭିଡିଓ କ୍ଲିପ୍ରେ ଜଣେ ଛାତ୍ରୀ କହୁଥିବା ଶୁଣିବାକୁ ମିଳିଛି।
ସୂଚନାଯୋଗ୍ୟ, ଜଣେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ମୃତ ଯୁବତୀଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରେମିକ, ସେହି ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର। ପୀଡ଼ିତାଙ୍କ ସହ ୩ ବର୍ଷର ପ୍ରେମସମ୍ପର୍କ ରଖିବା ମଧ୍ୟରେ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିଲେ ପ୍ରେମିକ ଜଣକ।
ଜଣେ ସହପାଠୀ ଅଭିଯୋଗ କରିଛନ୍ତି ଯେ, ନେପାଳର ମୃତ ପ୍ରକୃତି ଲମସାଲଙ୍କୁ ପ୍ରେମିକ ଅଦ୍ବିକ ଶ୍ରୀବାସ୍ତବ ସବୁବେଳେ ନିର୍ଯାତନା ଦେଉଥିଲେ। ଛାତ୍ରମାନଙ୍କ ଅଭିଯୋଗ ଆଧାରରେ ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ପୋଲିସ ଅଦ୍ବିକଙ୍କୁ ଗିରଫ କରିଛି।