
କିଟ୍ ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଏବଂ କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ନେଇ ଆଜି ବିଧାନସଭା ହେଲା ହୁଲସ୍ତୁଲ୍। ଉଭୟ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନେ କିଟ୍ ବିରୋଧରେ ବିଷୋଦଗାର କରିଥିଲେ। ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ସଦସ୍ୟଗଣ ଦାବି କରିଥିଲେ। ଏ ନେଇ କଂଗ୍ରେସ କିଟ୍ ବିରୋଧରେ ଏକ ମୁଲତବୀ ପ୍ରସ୍ତାବ ଆଗତ କରିଛି ଆଉ ତାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି।
ଆଜି ଶୂନ୍ୟକାଳରେ ଏବଂ ମୁଲତବୀ ଆଲୋଚନାରେ ଏ ନେଇ ବିଭିନ୍ନ ସଦସ୍ୟ କିଟ ବିରୋଧରେ ଏବଂ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ନାହିଁ ବୋଲି ଦାବୀ କରିଥିଲେ। ଏ ନେଇ କଂଗ୍ରେସ ବିଧାୟକ ତାରା ବାହିନୀ ପତି କିଟ୍ ଘଟଣାରେ ନ୍ୟାୟିକ ତଦନ୍ତ ଦାବୀ କରିଥିଲେ। ସରକାର କାହିଁକି ଏ ପର୍ଯ୍ୟନ୍ତ କୌଣସି ବଡ ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି ସେ ନେଇ ପ୍ରଶ୍ନ କରିଥିଲେ। ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କର ବୋଲି ସେ ଦାବୀ କରିଥିଲେ।
ସେ କହିଥିଲେ ଯେ, ଯଦି କଲେଜରେ କୌଣସି ଗଣ୍ଡଗୋଳ ହେଲା ତେବେ ପୁରା କଲେଜକୁ ସାଇନ ଡାଏ କରାଯାଏ। ହେଲେ କେବଳ ନେପା
ଳୀ ଛାତ୍ରଛାତ୍ରୀଙ୍କ ପାଇଁ କାହିଁକି ସାଇନ ଡାଏ କରାଗଲା। ସେ ସେହିପରି ଆଉ ଏକ ବଡ ଅଭିଯୋଗ କରିଥିଲେ। ତାହା ହେଲା କିଟ୍ ବିଶ୍ବବିଦ୍ୟାଳୟରେ କେତେ
ଜଣ ଆଇଏଏସ ଓ ଆଇପିଏସ ଙ୍କ ସଂପର୍କୀୟ ଚାକିରୀ କରିଛନ୍ତି, ତାହାର ତଦନ୍ତ କରାଯାଉ। ସେମାନଙ୍କ ଦ୍ବାରା କିଟ୍ କେତେ ଲାଭାନ୍ଵିତ ହୋଇଛି , ତାହାର ମଧ୍ୟ ଯାଞ୍ଚ କରାଯାଉ।
ସେହିପରି ସରକାରୀ ଦଳର ବାବୁ ସିଂ
ହ ମଧ୍ୟ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ସରକାର ତୁରନ୍ତ ତାଙ୍କୁ ଗିରଫ କରନ୍ତୁ। ଯେଉଁ ସାମନ୍ତ ମହର୍ଷି କଲେଜରେ ପାଠ ପଢାଉଥିବା ବେଳେ ମାତ୍ର ୮ ଶହ ଟଙ୍କା ଦରମା ପାଉଥିଲେ ଏବେ ସେ 15 ହଜାର କୋଟି ଟଙ୍କାର ମାଲିକ କିପରି ହେଲେ ବୋଲି ପ୍ରଶ୍ନ କରିଥିଲେ। ସେ ନେଇ ତଦନ୍ତ କରାଯାଉ ବୋଲି ବାବୁ ସିଂ ଦାବୀ କରିଥିଲେ। ଅନ୍ୟପକ୍ଷରେ ବିଧାୟକ ଅଶୋକ ଦାସ ମଧ୍ୟ ଅନୁରୂପ ଭାବେ କିଟ୍ ବିରୋଧରେ ବିଷୋଦଗାର କରିଥିଲେ। ସେ କହିଥିଲେ ଯେ, ପୋଲିସ କିଟ ଅଧିକାରୀଙ୍କୁ ଗିରଫ କରିବାର ଦୁଇ ଘଣ୍ଟାରେ କିପରି ବେଲ ମିଳିଗଲା। ତେବେ ସରକାର କଣ କିଟ୍ କୁ ସୁରକ୍ଷା ଦେଉଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ସେହିପରି ସେ କିଟ୍ ପରିସରକୁ ନିଶାମୁକ୍ତ କରାଯାଉ ବୋଲି ଦାବୀ କରିଥିଲେ।
ଅନ୍ୟପକ୍ଷରେ ବିଜେଡି ନେତାମାନେ ମଧ୍ୟ କିଟ୍ ବିରୋଧରେ କହିଥିଲେ। ଏକଦା ବିଜେଡି ସାଂସଦ ଥିବା ଅଚ୍ୟୁତ ସାମନ୍ତଙ୍କୁ ଆଉ ବିଜେଡି ସୁରକ୍ଷା ଦେଇ ଅପମାନିତ ହେବାକୁ ଚାହୁଁ ନାହିଁ। ଫଳରେ ଦଳର ବିଧାୟକ ଗଣେଶ୍ବର ବେହେରା କିଟ୍ ଘଟଣାରେ ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଥିଲେ।