

କୁମ୍ଭମେଳାରେ ସଂଘଟିତ ଦଳାଚକଟାରେ ୩୦ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇବା ଘଟଣା ଏବେ ରାଜନୈତିକ ରଙ୍ଗ ମାଖିହେବା ଆରମ୍ଭ ହୋଇଛି। ବିରୋଧୀ ଦଳ ଏଥିରେ ରାଜନୈତିକ ରଙ୍ଗ ବୋଳି ସରକାରଙ୍କୁ ଅକଳରେ ପକାଇବା ଉଦ୍ୟମ ଆରମ୍ଭ କରିଛନ୍ତି।
ମହାକୁମ୍ଭ ଦଳାଚକଟା ମୃତ୍ୟକୁ ନେଇ ଶାସକ , ବିରୋଧି ବିବୃତି ଜାରୀ ରହିଛି । ଉଭୟ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଏଥିରେ ସମାଜ ବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ସବୁଠାରୁ ବେଶୀ ଆଗକୁ ଆସି ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ଉପରେ ବଡ ଗୁରୁତର ଆରୋପ ଲଗାଇଛନ୍ତି । ଜୟା କହିଛନ୍ତି ଯେ ମହାକୁମ୍ଭ ଦଳାଚକଟାରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ଶବକୁ ଯୋଗୀ ଗଙ୍ଗାରେ ଭସାଇ ଦେଇଛନ୍ତି ।
ସୋମବାର ସଂସଦ ଗୃହ କମ୍ପ୍ଲେକ୍ସରେ ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ମହାକୁମ୍ଭ ଦଳାଚକଟାରେ ଜୀବନ ହାରିଥିବା ଲୋକଙ୍କ ଶବକୁ ନଦୀରେ ଫୋପାଡିଦେଲେ, ଯେଉଁ କାରଣରୁ ଗଙ୍ଗା ନଦୀର ପାଣି ଦୂଷିତ ହେଲା । ସରକାର ଏ ଦିଗରେ କିଛି ବି ଠୋସ୍ ଜବାବ ଦେଉନି, ଆଉ ଏ ମୁଦ୍ଦା ଉପରେ ପୂରାପୂରି ସରକାର ଚୁପ୍ ଅଛି ବୋଲି କହିବା ସହ, ଗମ୍ଭୀର ଅଭିଯୋଗ ଆଣିଛନ୍ତି ଜୟା ବଚ୍ଚନ । ଜୟା ବଚ୍ଚନ ଆହୁରି କହିଛନ୍ତି ଯେ, ମହାକୁମ୍ଭକୁ ନେଇ ସରକାର ମିଛ ଦାବି କରୁଛି । ଭିଆଇପିମାନଙ୍କୁ ବିଶେଷ ସୁବିଧା ମିଳୁଥିବାବେଳେ, ସାଧାରଣ ଲୋକଙ୍କ ପାଇଁ କିନ୍ତୁ କିଛି ବି ସୁବିଧା ନାହିଁ । ଯେଉଁ ଲୋକମାନେ ଗରିବ, ମହାକୁମ୍ଭରେ କିଛି ବି ବ୍ୟବସ୍ଥା ନାହିଁ ବୋଲି କହି, ଯୋଗୀ ସରକାରକୁ ତୀର ମାରିଛନ୍ତି ଜୟା ।
ଏଠାରେ ଏହା ସୂଚନାଯୋଗ୍ୟ ଯେ, ମୈାନୀ ଅମାବାସ୍ୟାରେ, ପ୍ରୟାଗରାଜ ମହାକୁମ୍ବରେ ସଙ୍ଗମ ନିକଟରେ ଅତ୍ୟଧିକ ଭିଡ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତରପ୍ରଦେଶ ପୋଲିସର ସୂଚନାନୁସାରେ, ଏଥିରେ ୩୦ ଜଣ ପ୍ରାଣ ହରାଇଛନ୍ତି। କେବଳ ଏହି ଦୁର୍ଘଟଣା ପରେ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି, ଯାହା ବର୍ତ୍ତମାନ ପର୍ୟ୍ୟନ୍ତ ଜାରି ରହିଛି। ବିରୋଧୀଦଳ ଅଭିଯୋଗ କରିଛନ୍ତି ଯେ ଉତ୍ତରପ୍ରଦେଶର ବିଜେପି ସରକାର ମୃତକଙ୍କ ସଂଖ୍ୟା ଲୁଚାଉଛନ୍ତି।
ଧସେହିପରି ସଂସଦରେ କଂଗ୍ରେସର ସଭାପତି ଖଡଗେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ମହାକୁମ୍ଭ ଦଳାଚକଟାରେ ସହସ୍ରାଧିକ ପ୍ରାଣ ହରାଇଛନ୍ତି। ବିନା କୈାଣସି ପ୍ରମାଣେ ଏପରି ଅଭିଯୋଗ ନ ଆଣିବାକୁ ଗୃହର ଅଧ୍ୟକ୍ଷ ତାଙ୍କୁ ତାଗିଦ୍ କରିବାରୁ ସେ କହିଥିଲେ ଯେ ସରକାର ପ୍ରକୃତ ତଥ୍ୟ ଦେଲେ ସେ କ୍ଷମା ମାଗିନେବେ।
ଏହାର ଜବାବରେ ବିଜେପି ସଦସ୍ୟ ରବିଶଙ୍କର ପ୍ରସାଦ କହିଲେ ଯେ ଏହି ଦଳାଚକଟା ପଛରେ ଷଡଯନ୍ତ୍ରର ଥିବାର ଗନ୍ଧ ଆସୁଛି।ଯୋଗୀ ସରକାର ଏହାର ତଦନ୍ତ ଆଦେଶ ଦେଇଛନ୍ତି। ରିପୋର୍ଟ ଆସିଲେ ଷଡ଼ଯନ୍ତ୍ରକାରୀ ମୁହଁ ଦେଖାଇପାରିବେନାହି ବୋଲି ସେ ଆହୁରି କହିଥିଲେ।
ସୂଚନାଯୋଗ୍ୟ ଯେ ମହାକୁମ୍ଭରେ ମୌନୀ ଅମାବାସ୍ୟା ସ୍ନାନ ସମୟରେ ସଙ୍ଗମ ନାକରେ ଦଳାଚକଟା ହେବାରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା। ମୌନୀ ଅମାବାସ୍ୟା ସ୍ନାନ ଦିନ ଦଳାଚକଟା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ଉତ୍ତର ପ୍ରଦେଶ ଏସଟିଏଫ ଦଳାଚକଟା ପଛରେ ଥିବା ଷଡ଼ଯନ୍ତ୍ରର ମଧ୍ୟ ତଦନ୍ତ ଆରମ୍ଭ କରିଛି। ଏ,ଟି,ଏସ୍, ମଧ୍ୟ ମିଶିକରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ୧୨୦ ଜଣ ସନ୍ଦିଗ୍ଧ ବ୍ୟକ୍ତି ଏକ ବସ୍ ଯୋଗେ ମହାକୁମ୍ଭରେ ପହଞ୍ଚିଥିଲେ। ଏହି ସମସ୍ତ ସନ୍ଦେହଜନକଙ୍କୁ ଏ,ଆଇ, କ୍ୟାମେରାରେ ଦେଖାଯାଇଛି। ମୁଖ୍ୟମନ୍ତ୍ରୀ
ଯୋଗୀ ଆଦିତ୍ୟନାଥ ଦଳାଚକଟା ଘଟଣାର ତଦନ୍ତ ପାଇଁ ଏକ ନ୍ୟାୟିକ କମିଶନ ଗଠନ କରିଛନ୍ତି। ଏବେ ଖବର ଆସୁଛି ଯେ ଦଳାଚକଟା ପଛରେ ଏକ ଷଡ଼ଯନ୍ତ୍ର ଥିଲା। ଦଳଚକଟା ପଛରେ କୈାଣସି ଷଡ଼ଯନ୍ତ୍ରକୁ ଅସ୍ବୀକାର କରାଯାଇନପାରେ। ହୁଏତ ଗୋଟିଏ ଗୋଲିରେ ଦୁଇଟି ଶିକାର ଉଦ୍ଦେଶ୍ୟରେ ଉଭୟ ରାଜ୍ୟ ସରକାର ଆଉ କେନ୍ଦ୍ର ସରକାରଙ୍କୁ ଅକଳରେ ପକାଇବା ଲାଗି ଷଡ଼ଯନ୍ତ୍ର ହୋଇଥାଇପାରେ। ତେବେ ତଦନ୍ତ ରିପୋର୍ଟ ଆସିଲେ ସବୁ ସତ ମିଛ ସାମ୍ନାକୁ ଆସିଯିବ। ଏହା ପଛରେ ବିଦେଶୀ ଶକ୍ତି କି ଦେଶୀ ଶକ୍ତିର ହାତ ଅଛି, ତାହା ଜଣାପଡିଯିବ