ଆଲେଖ୍ୟ – ଜବାହର ମିଶ୍ର
……………………………………………………………………….
ଏହା ଅନେକ ଦିନ ତଳର କଥା, କିନ୍ତୁ ଏହାର ଏବେ ବି ପ୍ରାସଙ୍ଗିକତା ରହିଛି। ୧୯୮୯ ବେଳର କଥା।ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହ ସେତେବେଳେ ନିର୍ବାଚନ ଲଢ଼ୁଥିଲେ। ତାଙ୍କ ସମର୍ଥକମାନେ ସେହି ସମୟରେ ‘ରାଜା ନହିଁ ଫକୀର୍ ହୈ, ଦେଶ କି ତକଦୀର୍ ହୈ ‘ ସ୍ଲୋଗାନ ଦେଉଥିଲେ। ଏହି ସ୍ଲୋଗାନ ବହୁତ ଲୋକପ୍ରିୟ ହୋଇଥିଲା। ନିଶ୍ଚିତ ଭାବରେ ଭି.ପି. ସିଂହ ନିର୍ବାଚନରେ ଏଥିରୁ ଭୋଟ ଲାଭ ପାଇଥିବେ। ଯଦି ଏହି ଲାଭ ଗଣତାନ୍ତ୍ରିକ ଭାରତରେ ମିଳିନଥାଆନ୍ତା, ତେବେ ଏହା ଅସ୍ଵାଭାବିକ ହୋଇଥାଆନ୍ତା।
ଏବେ ପୁଣି ଏହି ରାଜା ରାଜୁଡା ମାନସିକତା ମୁଣ୍ଡ ଟେକିଛି। କଂଗ୍ରେସ ଦଳର ପ୍ରମୁଖ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତ ଗୁରୁବାର ଦିନ ସାମ୍ବିଧାନିକ ଚ୍ୟାଲେଞ୍ଜ ପରିପ୍ରେକ୍ଷୀରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସେ ରାଜା ହେବାକୁ ଚାହାଁନ୍ତି ନାହିଁ, ସେ ରାଜତନ୍ତ୍ର ଅବଧାରଣାର ବିରୋଧୀ ।
ରାହୁଲ ଗାନ୍ଧି ଏ କଥା କହିବାର ଆବଶ୍ୟକତା ଏଥିଲାଗି ପଡିଲା ଯେ ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯେତେବେଳେ ରାହୁଲ ଗାନ୍ଧୀ ଭାଷଣ ଦେବାକୁ ଠିଆ ହେଲେ, ତାଙ୍କର କିଛି ପ୍ରଶଂସକ ‘ଦେଶ କା ରାଜା କୈସା ହୋ, ରାହୁଲ ଗାନ୍ଧୀ ଜୈସା ହୋ’ ସ୍ଲୋଗାନ ଦେଇଥିଲେ। ରାହୁଲ ତୁରନ୍ତ ଏଥିରେ ବାଧା ଦେଇ କହିଥିଲେ ଯେ, ‘ନାହି, ବାସ୍, ମାଲିକ, ମୁଁ ରାଜା ନୁହେଁ, ମୁଁ ରାଜା ନୁହେଁ । ମୁଁ ରାଜା ହେବାକୁ ମଧ୍ୟ ଚାହେଁ ନାହିଁ।’ ମୁଁ ରାଜାଙ୍କ ବିରୋଧରେ, ମୁଁ ଏହି ଅବଧାରଣାର ବିରୋଧୀ।
ରାହୁଲ ଗାନ୍ଧୀଙ୍କ ଏହି ବକ୍ତବ୍ୟରେ କେହି ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ। ରାଜାଙ୍କ ଏହି ସ୍ଲୋଗାନ ଶୁଣି ସେ ଯଦି ଚୁପ୍ ରହିଥାନ୍ତେ ତେବେ ଏହା ଆଶ୍ଚର୍ଯ୍ୟଜନକ ହୋଇଥାନ୍ତା। ଗଣତାନ୍ତ୍ରିକ ଭାରତରେ ଦେଶର ପ୍ରତ୍ୟେକ ନାଗରିକ ଜଣେ ଜଣେ ରାଜା। ତାଙ୍କ ଭୋଟ ମାଧ୍ୟମରେ ହିଁ ନେତା କ୍ଷମତାକୁ ଆସିଥାଆନ୍ତି ଏବଂ ସେ ସେତେଦିନ ଯାଏ କ୍ଷମତାସୀନ ରହିପାରିବେ, ଯେତେଦିନ ଯାଏ ଦେଶର ନାଗରିକ (ଭୋଟର) ଚାହିଁବେ ।

କିନ୍ତୁ ଏହା ମଧ୍ୟ ଆମ ଦେଶର ଏକ ବାସ୍ତବତା ଯେ ଆମର ନିର୍ବାଚିତ ନେତାମାନେ ଏପର୍ଯ୍ୟନ୍ତ ‘ରାଜା’ ମାନସିକତାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇନାହାଁନ୍ତି। ହୁଏତ ଏହା ହିଁ କ୍ଷମତା ରାଜନୀତିର ଚରିତ୍ର। କ୍ଷମତା ପାଇବା ପରେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ଏବଂ ଭଲ ଭାବିବାର ମାନସିକତା ଅଗଣତାନ୍ତ୍ରିକ ହୋଇପାରେ, କିନ୍ତୁ ଆଜି ମଧ୍ୟ ଏହା ଲୋକଙ୍କ ମାନସିକତାରେ ଘର କରି ରହିଛି । ଲୋକପ୍ରିୟତା ଏବଂ କ୍ଷମତା ନିର୍ବାଚିତ ନେତାଙ୍କୁ ନମ୍ର କରିବା ଉଚିତ ଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଏହାର ବିପରୀତ ଘଟୁଛି।
ଯେତେବେଳେ ଜଣେ ନେତା ଭୋଟ ମାଗିବାକୁ ଆସନ୍ତି, ସେ ନିଜକୁ ବିନମ୍ର ବୋଲି ଅଭିନୟ କରନ୍ତି, କିନ୍ତୁ ଥରେ ସେ କ୍ଷମତା ପାଇଲେ, ତାଙ୍କଠାରୁ ସଚ୍ଚୋଟତା ଆଉ ନମ୍ରତା ଆଶା କରିବା ହେଉଛି ନିଜକୁ ପ୍ରତାରଣା କରିବା। ଯାହା କୁହାଯାଉ, କିନ୍ତୁ ବାସ୍ତବତା ହେଉଛି ଯେ ନିର୍ବାଚନ ଜିତିବା ମାତ୍ରେ ନେତାଙ୍କ ଉଚ୍ଚାରଣ ,ଆଚରଣ ଆଉ ବିଚରଣର ତରିକା ବା ଷ୍ଟାଇଲ୍ ପୁରା ବଦଳିଯାଏ ।
କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜରାଟରୁ ଆସାମ ପର୍ଯ୍ୟନ୍ତ ରାଜତନ୍ତ୍ରବାଦୀ ମାନସିକତା ଆମ ରାଜନୀତି ଉପରେ ଛାଇ ହୋଇରହିଛି । ତେଣୁ ଯେତେବେଳେ ରାହୁଲଙ୍କ ପରି କେହି ରାଜା ନ ହେବା ଏବଂ ରାଜତନ୍ତ୍ର ବିରୋଧୀ ହେବା କୁହନ୍ତି, ସେତେବେଳେ ତାଙ୍କୁ ବିଶ୍ୱାସ କରିବାକୁ ମନ କରିଥାଏ।ମନ ଆହୁରି ହୋଇଥାଏ ଯେ ଆମର ରାଜନେତାମାନଙ୍କ ଠାରେ ରାଜତନ୍ତ୍ରବାଦୀ ମାନସିକତା ରହିବା ଉଚିତ୍ ନୁହେଁ। କ୍ଷମତା କିଛି ନେତା କିମ୍ବା ପରିବାରର ନୁହେଁ। ଏହା ଦେଶର ଭୋଟରଙ୍କର। ଭୋଟ ଦେଇ ସେମାନେ ରାଜନେତାମାନଙ୍କୁ ସରକାର ଚଳାଇବାର ସୁଯୋଗ ଦେଇଛନ୍ତି। ଏହି ଭୋଟର ପବିତ୍ରତା ଏବଂ ଶକ୍ତି ଦାବି କରେ ଯେ ଆମର ନିର୍ବାଚିତ ପ୍ରତିନିଧିମାନେ ନିଜକୁ ଦେଶର ରାଜା ନୁହେଁ ବରଂ ଦେଶର ସେବକ ଭାବରେ ଭାବି ଦେଶକୁ ପରିଚାଳନା କରିବା ଉଚିତ। ଯେପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ପ୍ରଧାନମନ୍ତ୍ରୀ ନୁହେଁ ବରଂ ଦେଶର ପ୍ରଧାନ ସେବକ ବୋଲି ଦର୍ଶାଇ ନିଜକୁ ରାଜତନ୍ତ୍ର ବିରୋଧୀ ପ୍ରମାଣିତ କରିଛନ୍ତି।
ନେତା ଶାସକ ଦଳର ହୁଅନ୍ତୁ କି ବିରୋଧୀ ଦଳର, ସାମଗ୍ରିକ ଭାବରେ ସେ ଦେଶର ଲୋକଙ୍କର ସେବକ, ରାଜା ନୁହଁନ୍ତି। ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧି ଶାସନ କରନ୍ତି ନାହିଁ, ବରଂ ସରକାର ଚଳାନ୍ତି। ରାଜତନ୍ତ୍ରରେ ଏହା ହେଉନଥିଲା। ସେତେବେଳେ ଭୋଟ ଦ୍ୱାରା ସିଂହାସନ ପ୍ରାପ୍ତ ହେଉନଥିଲା, ବରଂ ତଥାକଥିତ ଦୈବୀୟ ଅଧିକାର ଦ୍ୱାରା ମିଳୁଥିଲା। ସେତେବେଳେ ନାଗରିକ ରାଜାଙ୍କ ପ୍ରଜା ଥିଲେ। ଏହାର ବିପରୀତ ରେ ଗଣତନ୍ତ୍ରରେ ଜନତା ହେଉଛନ୍ତି ରାଜା।