
ଓଡିଆ ଚଳଚିତ୍ରର ଅପ୍ରତିଦ୍ଵନ୍ଦୀ ସୁପର ଷ୍ଟାର ଅନୁଭବ ମହାନ୍ତି ବୈବାହିକ ଜୀବନର ସେହି କଟୁ, ତିକ୍ତ,କଷାୟ ଅତୀତକୁ ଭୁଲିନାହାନ୍ତି। ଅତୀତର ପୃଷକୁ ଫେରିଯାଇ ଅନୁଭବ କହିଛନ୍ତି ଯେ ବର୍ଷା ତାଙ୍କୁ ଥରେ କହିଥିଲେ ଯେ ଯେଉଁ ଦିନ ଦିଲ୍ଲୀ ଘରକୁ ସେମାନେ ଯିବେ, ସେହିଠାରେ ଉଭୟେ ସମ୍ପର୍କ ଗଢିବେ ।ଛୋଟ ଛୁଆଙ୍କୁ ଚକୋଲେଟ ଦେଇ ବୁଝେଇଲା ପରି ବର୍ଷା ତାଙ୍କୁ ଠିକ୍ ସେହିପରି ବୁଝେଇବା ପାଇଁ ଚେଷ୍ଟା କରିଥିଲେ ବୋଲି ଅନୁଭବ କହିଛନ୍ତି।
ଅନୁଭବ ଏହା ଶୁଣିବା ପରେ ଭଳିଗଲେ। ସେ ଦିଲ୍ଲୀ ଆସିଲେ। କିନ୍ତୁ ଏଠାରେ ସମସ୍ୟାର ସମାଧାନ ହେଲା ନାହିଁ। ଏଣୁ ଅନୁଭବ ବର୍ଷାଙ୍କ ବଡ଼ ଭଉଣୀଙ୍କୁ ଅସୁବିଧା କଥା ଜଣାଇଥିଲେ।ବର୍ଷାଙ୍କ ମଝିଆଁ ଭଉଣୀ କହିଥିଲେ ଯେ ସେ ତାଙ୍କ ସ୍ବାମୀଙ୍କୁ ଗ୍ରହଣ କରିବା ପାଇଁ ପାଞ୍ଚ ବର୍ଷ ଲାଗିଥିଲା।ପ୍ରାୟ ଝିଅ ମାନଙ୍କର ଏମିତି ହୁଏ।କାହାକୁ ସାତ ଆଠ ମାସ ଲାଗିଥାଏ।
ସେଠାରେ ବର୍ଷା ତାଙ୍କୁ ବ୍ୟସ୍ତ ନ ହେବା ପାଇଁ କହିଥିଲେ।ଏହାପରେ ଅନୁଭବ ଚୁପ୍ ରହିଲେ।ତାଙ୍କର କାମ ଖାଲି ଥିଲା ଯେ ସେ ସକାଳେ ପାର୍ଲିଆମେଣ୍ଟ ଯାଉଥିଲେ।ଅନୁଭବଙ୍କୁ ପଢ଼ିବା ପାଇଁ ଭଲ ଲାଗେ। ଅନୁଭବଙ୍କୁ ବିଭିନ୍ନ ଜିନିଷ ଜାଣିବା ପାଇଁ ଭଲ ଲାଗେ। ପାର୍ଲିଆମେଣ୍ଟ ପୂର୍ବରୁ ବର୍ଷା ସପିଙ୍ଗ କରିବା ପାଇଁ କହିଲେ। ଦୁହେଁ ଯାଇଥାନ୍ତି।ତାଙ୍କ ବାପା ମା ଅନୁଭବ ଙ୍କ ଭରଷାରେ ଛାଡ଼ିଛନ୍ତି।
ସେ ବର୍ଷା ଙ୍କୁ ବହୁତ ଭଲ ପାଉଥିଲେ।ପଇସା ପତ୍ରର କିଛି ହିସାବ ମଧ୍ୟ ରଖନ୍ତି ନାହିଁ।ବର୍ଷାଙ୍କ ପାଇଁ ସେ ଖୁବ୍ ଖର୍ଚ୍ଚ କରିଥାନ୍ତି।ବାହାଘର ପୂର୍ବରୁ କି ବାହାଘର ପରେ ମଧ୍ୟ ପଇସା କଥା ଅନୁଭବ କିଛି କହୁ ନଥିଲେ।ପୁଣି ଦିଲ୍ଲୀ ରୁ ଫେରିଲେ ଓଡ଼ିଶା ଆସିଲେ ଦୁହେଁ ସମ୍ପର୍କ ରଖିବେ ବୋଲି ବର୍ଷା କହିଥିଲେ। ଏଠାରେ ବି ବର୍ଷା ଠକିଲେ।ସବୁବେଳେ ବର୍ଷା ବାହାନା କରି ରହିଲେ।ଅନୁଭବଙ୍କୁ ସବୁବେଳେ ମିଛ କହିଲେ।