
ମେଲବୋର୍ଣ୍ଣ ଠାରେ ଚତୁର୍ଥ ଟେଷ୍ଟ କ୍ରିକେଟ ମ୍ୟାଚରେ ଭାରତ ଦୟନୀୟ – ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ଠାରୁ ୧୮୪ ରନର ବୃହତ୍ ବ୍ୟବଧାନରେ ପରାସ୍ତ ହୋଇ ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ହୋଇଛି।
ଆଜି ୫ ମ ଦିବସରେ ବିଜୟ ଲାଭ ଲାଗି ୩୪୩ ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁଯାଇ ମାତ୍ର ୧୫୫ ରନରେ ଧରାଶାୟୀ ହୋଇ ପରାଜୟକୁ କୋଳାଗ୍ରତ କରିଥିଲା।
ଭାରତ ପକ୍ଷରୁ ଏକମାତ୍ର ଯଶସ୍ଵୀ ଜୟସ୍ଵାଲ ସର୍ବାଧିକ ୮୪ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କେହି ଅଷ୍ଟ୍ରେଲିଆର ଦୁର୍ଦ୍ଦର୍ଶ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠିପାରିନଥିଲେ। ଅଧିନାୟକ ରୋହିତ ଶର୍ମା ପୁଣି ଥରେ ବେକାର୍ ସାବ୍ୟସ୍ତ ହୋଇଥିଲେ। ସେ ମାତ୍ର୯ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋକେଶ ରାହୁଲ ଶୂନ୍ୟ,ବିରାଟ କୋହଲି ୫, ଯାଦେଜା ୨, ପନ୍ଥ ୩୦, ପ୍ରଥମ ପାଳିର ଶତକଧାରୀ ନୀତିଶ କୁମାର ରେଡ୍ଡୀ ଏଥର ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସୁନ୍ଦର ୫ ରନ୍ କରି ଅପରାଜିତ ଥିଲେ।ବୁମରା ଆଉ ସିରାଜ କୈାଣସି ରନ୍ କରିନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ଏବଂ ବେଲାଣ୍ଡ ୩ ଟି କରି, ଲିଅନ ୨ ଟି ଏବଂ ଷ୍ଟାର୍କ ୧ ଟି ଉଇକେଟ ଦଖଲ କରିଥିଲେ। ଜୟସ୍ଵାଲ ତୃତୀୟ ଅମ୍ପାୟାରଙ୍କ ବିବାଦୀୟ ନିଷ୍ପତ୍ତିରେ କ୍ୟାଚ ଆଉଟ୍ ହୋଇଥିଲେ।
ସକାଳେ ଅଷ୍ଟ୍ରେଲିଆ ତାହାର ଅସମାପ୍ତ ଦ୍ଵିତୀୟ ପାଳିରେ ଆଉ ମାତ୍ର ୬ ରନ୍ ଯୋଗ କରି ୨୩୪ ରନରେ ପାଳି ସମାପ୍ତ କରିଥିଲା। ୪୧ ରନ୍ କରିଥିବା ଲିଅନଙ୍କୁ ବୁମରାହା ବୋଲ୍ଡ ଆଉଟ୍ କରି ମୋଟ ୫ ଟି ଉଇକେଟ ଦଖଲ କରିଥିଲେ।ସିରାଜ ୩ ଟି ଏବଂ ଯାଦେଜା ୨ ଟି ଉଇକେଟ ଦଖଲ କରିଥିଲେ।
ସେତେ ତୃତୀୟ ଟେଷ୍ଟରେ ପାକିସ୍ତାନକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହି ବିଶ୍ଵ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ଯୋଗୁ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛି। ଆଗାମୀ ବର୍ଷ ଜୁନ୍ ମାସରେ ଏହି ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ