
କରୋନା ମହାମାରୀର ୫ ବର୍ଷ ପରେ ଚୀନ୍ ରେ ପୁଣି ଏକ ରହସ୍ୟମୟ ଭାଇରସ ଆତଙ୍କ ଖେଳାଇଦେଇଛି। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍'(ଏଚ୍ ଏମ୍ ଭି) ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି। ଭୂତାଣୁ ବ୍ୟାପିବା ଖବର ପରେ ଜରୁରୀକାଳୀନ ପରିସ୍ଥିତିକୁ ନେଇ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଜୋର ଧରିଛି। ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଖୁବ୍ ଶୀଘ୍ର ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରିବାର ସମ୍ଭାବନା ରହିଛି।
ବର୍ତ୍ତମାନ ସୁଦ୍ଧା ଚୀନ୍ ରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏକ୍ସ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚୀନରେ ଏକାଧିକ ଭୂତାଣୁଜନିତ ମହାମାରୀ ବ୍ୟାପିବା ବିଷୟରେ ଖବର ପ୍ରକାଶ ପାଇଛି। ଚୀନ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ବୋଲି କଳ୍ପନାଜଳ୍ପନା ଏହି ରିପୋର୍ଟ ସହିତ ଯୋଡ଼ାଯାଇଛି। ତଥାପି ଦେଶର ହସ୍ପିଟାଲଗୁଡ଼ିକୁ ଅତ୍ୟଧିକ ପ୍ରଭାବିତ କରୁଥିବା ରୋଗ ଯୋଗୁଁ ଚୀନ୍ ଜରୁରୀ ପରିସ୍ଥିତି ଲାଗୁ କରିଛି ବୋଲି ଯେଉଁ ଦାବି କରାଯାଉଛି ତାହାକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ନାହିଁ।
‘ସାଇଣ୍ଟିଷ୍ଟ.ଅର୍ଗ’ ଅନୁଯାୟୀ, ଚୀନ୍ ରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ବିବେଚନା କରିଛି। ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି। ଏହି ନୂତନ ଭୂତାଣୁ ୧୮ଟି ଭିନ୍ନ ଭିନ୍ନ ଦେଶରେ ୭,୮୩୪ ଜଣଙ୍କୁ ସଂକ୍ରମିତ କରିଛି। ଏଥିରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତେ ଚୀନ୍ ର ବାସୀନ୍ଦା ଅଟନ୍ତି। ଭୂତାଣୁ ବ୍ୟାପିବା ଖବରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା କରାଯାଉଛି । ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରାଯାଇଥିବା କୁହାଯାଉଛି । ତଥାପି ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।
ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ - ହୁ ଖୁବଶୀଘ୍ର ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରିବା ସମ୍ଭାବନା ରହିଛି । ଏକ୍ସ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚୀନରେ ଏକାଧିକ ଭୂତାଣୁଜନିତ ମହାମାରୀ ବ୍ୟାପିବା ବିଷୟରେ ଖବର ପ୍ରକାଶ ପାଇଛି । ଚୀନ୍ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି ବୋଲି କଳ୍ପନାଜଳ୍ପନା ଏହି ରିପୋର୍ଟ ସହିତ ଯୋଡ଼ାଯାଇଛି । ତଥାପି ଦେଶର ହସ୍ପିଟାଲଗୁଡ଼ିକୁ ଅତ୍ୟଧିକ ପ୍ରଭାବିତ କରୁଥିବା ରୋଗ ଯୋଗୁଁ ଚୀନ୍ ଜରୁରୀ ପରିସ୍ଥିତି ଲାଗୁ କରିଛି ବୋଲି ଯେଉଁ ଦାବି କରାଯାଉଛି ତାହାକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ନାହିଁ ।
'ସାଇଣ୍ଟିଷ୍ଟ ଅର୍ଗ' ଅନୁଯାୟୀ, ଚୀନରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ବିବେଚନା କରିଛି । ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି । ଅନ୍ୟ ସୋସିଆଲ୍ ମିଡିଆ ଫ୍ଲାଟଫର୍ମରେ କଥିତ ରୂପେ ଚୀନରେ ପୁଣି ଏକ ମହାମାରୀ ଆରମ୍ଭ ହେଇଥିବା ଦାବି କରାଯାଇଛି । ଦାବି କରାଯାଉଛି ଯେ ଏଥିପାଇଁ ଚୀନ ସ୍ଵାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ତେବେ ଚୀନରେ ଏଭଳି କୌଣସି ଏମର୍ଜେନ୍ସି ଘୋଷଣା ହୋଇଥିବା ବର୍ତ୍ତମାନ ସୁଦ୍ଧା ପ୍ରମାଣ ନାହିଁ ।