
ଯେତେବେଳେ ବି ବିଶ୍ୱର ଗୁପ୍ତଚର ସଂଗଠନଗୁଡ଼ିକର କଥା ଉଠେ, ସେତେବେଳେ ଆମେରିକାର CIA, ଭାରତର ଗବେଷଣା ଏବଂ ବିଶ୍ଳେଷଣ ଶାଖା (RAW) ଏବଂ ଇସ୍ରାଏଲର Mossad ର ନାମ ପ୍ରମୁଖ ଭାବରେ ଆସେ। ପୂର୍ବର ସୋଭିଏତ୍ ୟୁନିଅନର ଗୁପ୍ତଚର ସଂସ୍ଥା KGB ଏବେ ରୁଷିଆର FSB ପାଲଟିଛି। କିନ୍ତୁ ଚୀନ୍ ନାମ ଉଠାଯିବା ମାତ୍ରେ ଲୋକମାନେ ଚିନ୍ତରେ ପଡିଯିବେ। ହୁଏତ କେହି ଧ୍ୟାନ ଦେଇ ନଥିବେ ଯେ ଚୀନ୍ ର ଗୁପ୍ତଚର ସଂସ୍ଥାର ନାମ କ’ଣ ? ଯାହାହେଉ, ଚୀନ୍ ର ଗୁପ୍ତଚର ସଂସ୍ଥା ବିଷୟରେ ବହୁତ କମ୍ ଆଲୋଚନା ହୁଏ। ହୁଏତ ଏହି କାରଣରୁ ଚୀନ୍ ର ଗୁପ୍ତଚର ସଂସ୍ଥା ବହୁତ ବିପଦଜନକ ହୋଇଯାଇଛି।
ନିକଟରେ ଭାରତ ସରକାର CCTV କ୍ୟାମେରା ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଥିବାରୁ ଚୀନ୍ ର ଗୁପ୍ତଚର ସଂସ୍ଥା ବିଷୟରେ ଆଲୋଚନା ମଧ୍ୟ ତୀବ୍ର ହୋଇଛି, ଯାହା ଚୀନ୍ ର ବିପଦପୂର୍ଣ୍ଣ ପଦକ୍ଷେପକୁ ବିଶ୍ୱ ସମ୍ମୁଖକୁ ଆଣିଛି।
ଚୀନ୍ର ଗୋଇନ୍ଦା ସଂସ୍ଥା
ଚୀନ୍ର ମୁଖ୍ୟ ଗୁପ୍ତଚର ସଂସ୍ଥା
– ରାଜ୍ୟ ସୁରକ୍ଷା ମନ୍ତ୍ରଣାଳୟ (MSS), ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଏବଂ ସକ୍ରିୟ ଗୁପ୍ତଚର ସଂସ୍ଥା। MSS 1983 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହା ଚୀନ୍ର ଗଣତନ୍ତ୍ରର ସୁରକ୍ଷା ସେବା, ଯାହା ବିଦେଶୀ ଗୁପ୍ତଚର, ପ୍ରତି-ଗୋଇନ୍ଦା ଏବଂ ଚୀନ୍ କମ୍ୟୁନିଷ୍ଟ ପାର୍ଟି (CCP)ର ରାଜନୈତିକ ସୁରକ୍ଷା ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ଦାୟୀ। CBS ର ଏକ ରିପୋର୍ଟରୁ ଜଣାପଡିଛି ଯେ ଚୀନ୍ର ଗୁଇନ୍ଦା ସଂସ୍ଥା ପାରମ୍ପରିକ ଗୁପ୍ତଚରତା ଠାରୁ ଆହୁରି ବହୁ ଆଗକୁ ଏହାର କାର୍ଯ୍ୟକୁ ବିସ୍ତାରିତ କରିଛି। ରିପୋର୍ଟରେ କୁହାଯାଇଛି ଯେ ଏହି ସଂସ୍ଥା କେବଳ ରାଷ୍ଟ୍ରର ରହସ୍ୟ ତଥା ଗୋପନୀୟ ତଥ୍ୟକୁ ଟାର୍ଗେଟ କରୁନାହିଁ , ବରଂ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସମାଲୋଚକମାନଙ୍କୁ ନୀରବ କରିବା ସହିତ ଭ୍ରମାତ୍ମକ ପରିବେଶ ସୃଷ୍ଟି ଏବଂ ପ୍ରଯୁକ୍ତିବିଦ୍ୟା ଚୋରି କରିବା କାମ ମଧ୍ୟ କରୁଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ସଂସ୍ଥା ନିଜର ଏଜେଣ୍ଡାର ପ୍ରଚାର ପ୍ରସାର କରିବା ପାଇଁ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ଗୋଷ୍ଠୀ ଏବଂ ବିଶ୍ୱର ବିଭିନ୍ନ ସ୍ଥାନୀୟ ସରକାରରେ ନିଜର ଲୋକଙ୍କୁ ନିଯୁକ୍ତି ଦେଉଛି
ଚୀନର ଗୁପ୍ତଚର ସଂସ୍ଥାର ଟାର୍ଗେଟ କିଏ?
CBS ସହିତ ଏକ ଆଲୋଚନା ଅବସରରେ ପୂର୍ବତନ ଆମେରିକୀୟ କୂଟନୀତିଜ୍ଞ ଜିମ୍ ଲୁଇସ୍, ଯାହାଙ୍କର ଚୀନ୍ ଗୁପ୍ତଚରକୁ ମୁକାବିଲା କରିବାରେ ତିରିଶ ବର୍ଷରୁ ଅଧିକ ଅଭିଜ୍ଞତା ଅଛି, କହିଛନ୍ତି ଯେ ଚୀନ୍ ଗୁପ୍ତଚର ସଂସ୍ଥାର ସବୁଠାରୁ ବଡ଼ ଟାର୍ଗେଟ୍ କୌଣସି ବିଦେଶୀ ସରକାର ନୁହେଁ, ବରଂ ବିଦେଶରେ ରହୁଥିବା ଏହାର ନିଜ ନାଗରିକ। ବିଦେଶରେ ଥିବା ଚୀନ୍ ନାଗରିକମାନେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଶାସନ ପାଇଁ ଏକ ଅନନ୍ୟ ସମ୍ବେଦନଶୀଳ ଚ୍ୟାଲେଞ୍ଜର ପ୍ରତିନିଧିତ୍ୱ କରନ୍ତି। ସେମାନେ କୈାଣସି ଏକ ଶତ୍ରୁ ବିଦେଶୀ ଶକ୍ତିର ଏଜେଣ୍ଟ ହୋଇପାରନ୍ତି, କିମ୍ବା ସେମାନେ ଏକ ସତ୍ୟ ପ୍ରକାଶ କରିପାରନ୍ତି ଯାହା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହା ଚାହାନ୍ତି ନାହିଁ ଯେ ଏ ସବୁ ସମସ୍ତେ ଜାଣନ୍ତୁ । MSS ପାଇଁ, ସେମାନେ ଆବଶ୍ୟକ ଭାବରେ ଏକ ସିଧାସଳଖ ବିପଦ ନୁହେଁ, ବରଂ ଏକ ବିପଦ ଯାହାକୁ ମୁକାବିଲା କରିବାକୁ ପଡିବ।
ଭାରତ ସଫ୍ଟୱେର୍-ହାର୍ଡୱେର୍ ପରୀକ୍ଷାକୁ ବାଧ୍ୟତାମୂଳକ କରିଛି
ଚୀନ୍ କମ୍ପାନୀଗୁଡ଼ିକ ମଧ୍ୟ ଭାରତରେ ଗୁପ୍ତଚରଗିରି କରୁଛନ୍ତି। ଚୀନ୍ ଗ୍ୟାଜେଟ୍ସଗୁଡ଼ିକ ଭାରତୀୟଙ୍କ ପସନ୍ଦ ଏବଂ ଆଚରଣ ଉପରେ ନିରନ୍ତର ନଜର ରଖନ୍ତି। ଏହି ଗ୍ୟାଜେଟ୍ସ ଗୁଡିକ କ ଭାରତର ଲୋକମାନେ କ’ଣ ପସନ୍ଦ କରନ୍ତି ଏବଂ କ’ଣ ଅପସନ୍ଦ କରନ୍ତି ସେ ବିଷୟରେ ସୂଚନା ସଂଗ୍ରହ କରନ୍ତି। ଏହା ପରେ, ଲୋକଙ୍କ ବ୍ରେନ୍ ଓ୍ଵାସ୍ କରାଯାଏ। ଚୀନ୍ ପକ୍ଷରୁ ବର୍ଦ୍ଧିତ ଗୁପ୍ତଚର ବିପଦ ମଧ୍ୟରେ, ଭାରତ ସରକାର ଇଣ୍ଟରନେଟ୍-ଭିତ୍ତିକ CCTV କ୍ୟାମେରା ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏହା ଅଧୀନରେ, CCTV କ୍ୟାମେରା ନିର୍ମାତାମାନଙ୍କୁ ସରକାରୀ ପ୍ରୟୋଗଶାଳାରେ ପରୀକ୍ଷଣ ପାଇଁ ହାର୍ଡୱେର୍, ସଫ୍ଟୱେର୍ ଏବଂ ସୋର୍ସ କୋଡ୍ ଦାଖଲ କରିବାକୁ ପଡିବ।