
ଏବେ ରାତିରେ ସହଦେବର ଭୂତ ଲିପିକା ପଛରେ ଆସି ପଡିଛି !ରାତି ହେଲେ ଜେଲ ଭିତରୁ ଶୁଭୁଛି ଖାଲି ବିକଟାଳ ରଡି। ଅନ୍ଧାର ଭିତରେ ଯେମିତି କିଏ ମାଡି ଆସୁଛି ଲିପିକା ଥିବା ସେଲ୍ ଭିତରକୁ। ଭୟଙ୍କର ଚିତ୍କାରରେ ଫାଟୁଛି ଜେଲ ହତା। ଭୂତ ଭୟରେ ଲିପିକାର ହାଲତ ଏବେ ଭାରି ଖରାପ।ସହଦେଵ ଓରଫ ଢ଼େଗକୁ ରସୁଲଗଡ଼ ରାସ୍ତାରେ ନିର୍ମମ ଭାବରେ ହାଣିଥିବା ଲିପିକାକୁ ସେହି ଢେଗର ଭୂତ ଏବେ ସେଲ ଭିତରେ କଲବଲ କରି ତା ହାଲତ ଖରାପ କରିଦେଲାଣି ।
ଢେଗ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏହି ଲିପିକା ମରିଗଲି ମରିଗଲି ବୋଲି ବିକଳ ହେଇ କାନ୍ଦୁଛି ଆଉ ବଞ୍ଚାଅ ବଞ୍ଚାଅ ବୋଲି ରଡି ଛାଡୁଛି। ତଣ୍ଟି ଚିପି ମାଡିବସି ଦେଉଛି ଯନ୍ତ୍ରଣା। ଖାଲି ଆଖିକୁ କିଛି ଦେଖା ଯାଉନଥିଲେ ବି ଲିପିକା ନିଜେ କହୁଛି କୁଆଡେ ଢ଼େଗ ତା ସହ ଏମିତି କରୁଛି। ବିଚାରାଧୀନ କଏଦୀ ଭାବରେ ସହଦେବ ନାୟକ ହତ୍ୟାକାଣ୍ଡର ହତ୍ୟାକାରୀମାନଙ୍କୁ ସେଲ ଭିତରେ ରଖାଯାଇଛି।
ବାହାରେ କଡା ପ୍ରହରା ଦିଆଯାଉଥିବା ବେଳେ ଲିପିକାର ଏମିତି ଅଜବ କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଅଧରାତିରେ ସେଲ ଭିତରେ ଦୌଡୁଛି ଲିପିକା, ଛାଡ଼ିଦେ ଢ଼େଗ ମୋତେ ଛାଡି ଦେ ବୋଲି ବିକଳ ହେଇ କହୁଛି। ନିଜ ହାତରେ ନିଜ ବେକକୁ ଚିପି ଧରି ଭୂଇଁରେ ଗଡୁଛି। ଆଉ ଏ ସବୁ ଦେଖି ପୁରା ଛାନିଆ ହେଇ ଯାଉଛନ୍ତି ଅନ୍ୟମାନେ। ଢ଼େଗର ଆତ୍ମା ଏମିତି କଲବଳ କରୁଥିବା ନେଇ ଚର୍ଚା ହେଉଥିବା ବେଳେ, ଲିପିକା ରହୁଥିବା ସେଲ କୁ ବାରମ୍ବାର ବଦଳାଯାଉଥିଲେ ବି ରାତି ହେଲେ ତା ସହ ସମାନ ଘଟଣା ଘଟୁଛି ବୋଲି କହୁଛନ୍ତି ପ୍ରତ୍ୟେକ୍ଷଦର୍ଶୀ ମାନେ।
କୁଆଡେ ପାଗଳୀ ପରି ବାଉଳି ଚାଉଳି ହେଉଛି ଲିପିକା। ପର ବୁଦ୍ଧିରେ ଘଟି ଥିବା ଏମିତି ଜଘନ୍ୟ କାଣ୍ଡ ପାଇଁ ନିଜକୁ ଦୋଷ ବି ଦେଉଛି। ହେଲେ ଆଉ ବର୍ତ୍ତିବାର ରାସ୍ତା ନାହିଁ ତା ପାଖରେ। ରମା ମାଉସୀ ତ ତା ପୁଅ ସହ ଏବେ ବି ଫେରାର। ଆଉ ଏପଟେ ଅସହ୍ୟ ଯନ୍ତ୍ରଣା ଦେଉଛି ଢ଼େଗର ଆତ୍ମା। ରାତି ବଢିଲେ ଯନ୍ତ୍ରଣା ବଢୁଛି ଲିପିକାର। ଘଟଣା ଦିନରୁ ଲିପିକା ଆଖିରେ ନିଦ ନାହିଁ। ତାକୁ ଢ଼େଗର ଆତ୍ମା କୁଆଡେ ଶୋଇବାକୁ ଦେଉନାହି। କଣ ସତରେ ପ୍ରତିଶୋଧ ନେଉଛି ଢ଼େଗ ନା ପୋଲିସକୁ ଭୁଆଁ ବୁଲାଇ ଖସି ଯିବାକୁ ଲିପିକା ଏପରି ପ୍ରୟାସ କରୁଛି କି ବୋଲି ଚର୍ଚ୍ଚା ଚାଲିଛି।