ଚମ୍ପିୟାନ ଟ୍ରଫି ଲାଗି ୧୫ ଜଣିଆ ଭାରତୀୟ ଦଳ ଘୋଷିତ


ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଅତି ପ୍ରଭାବୀ ପ୍ରଦର୍ଶନ କରି ଏକ ବୃହତ ବିଜୟ ହାସଲ କରିଛି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରି ଦଳକୁ ୩-୦ ରେ ସିରିଜ ବିଜୟୀ କରାଇଛନ୍ତି।
୩୫୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟଟିଂ କରିଥିବା ପ୍ରବାସୀ ଟିମ୍ ୧୪୨ ରନ୍ ରେ ଚିତ୍ ପଟାଙ୍ଗ୍ ହୋଇଛି । ଇଂଲଣ୍ଡ ଟିମ୍ ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୪ ରନ୍ କରିପାରିଛି। ଏଥି ସହିତ ଭାରତୀୟ ଟମ୍ ଇଂଲଣ୍ଡକୁ ୧୩ ବର୍ଷ ପରେ ମୂଳପୋଛ କରିଛି।
ଅନ୍ତିମ ମୁକାବିଲାରେ ଭାରତୀୟ ବୋଲରମାନେ ପ୍ରଶଂସନୀୟ ବୋଲିଂ କରିଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ୱାସିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଇଂଲଣ୍ଡ ପକ୍ଷରୁ କେହି ଜଣେ ବି ବ୍ୟାଟର୍ ଅର୍ଦ୍ଧଶତକ ହାସଲ କରିପାରିନଥିଲେ। ଟମ୍ ବେଣ୍ଟନ ଏବଂ ଗସ୍ ଆଟକିନସନ ଦଳ ତରଫରୁ ସର୍ବାଧିକ ସମାନ ୩୮ ରନ୍ ଲେଖାଏ କରିଥିଲେ
ଏହି ମ୍ୟାଚ୍ ରେ ଇଂଲଣ୍ଡ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଭାରତ ବ୍ୟାଟିଙ୍ଗ ଆରମ୍ଭ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ବିଶାଳ ୩୫୬ ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ଯୁବ କ୍ରିକେଟର ଶୁଭମନ୍ ଗିଲ, ଶ୍ରେୟସ ଆୟର ଓ ବିରାଟ କୋହଲି ବଡ଼ ଇନିଂସ ଖେଳିଥିଲେ। ଆରମ୍ଭରୁ ଭାରତ ପ୍ରଥମ ୱିକେଟ୍ ଭାବେ ରୋହିତ ଶର୍ମାଙ୍କୁ ହରାଇଥିଲା। କଟକ ଦିନିକିଆରେ ଶତକ ହାସଲ କରି ଦର୍ଶକଙ୍କ ମନ ଜିଣିପାରିଥିବା ରୋହିତ ଶର୍ମା ମାତ୍ର ୨ଟି ବଲ୍ ସାମ୍ନା କରିପାରିଥିଲେ। ଏଥିରୁ ସେ ଏକ ରନ୍ କରି ମାର୍କ ଉଡ୍ ଙ୍କ ବଲ୍ ରେ ଫିଲ୍ ସଲ୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ।
ଦଳଗତ ସ୍କୋର ୬ ରନ୍ ରେ ଭାରତ ପ୍ରଥମ ୱିକେଟ୍ ହରାଇଥିଲା କିନ୍ତୁ ଦ୍ବିତୀୟ ୱିକେଟ୍ ପାଇଁ ବିରାଟ କୋହଲି ଓ ଶୁଭମନ୍ ଗିଲ୍ ୧୧୬ ରନ୍ର ଭାଗିଦାରୀ କରିପାରିଥିଲେ। ଇଂଲଣ୍ଡର ଦ୍ବିତୀୟ ଶିକାର ହୋଇଥିଲେ ବିରାଟ କୋହଲି । ଅର୍ଦ୍ଧଶତକ (୫୨ ରନ୍, ୫୫ବଲ୍, ୭ ଚୌକା ଓ ୧ ଛକା) ହାସଲ କରିବା ପରେ ଆଦିଲ ରସିଦଙ୍କ ବଲ୍ ଖେଳିବାକୁ ଯାଇ ଫିଲ୍ ସଲ୍ଟଙ୍କୁ କୋହଲି କ୍ୟାଚ୍ ଦେଇଥିଲେ।
ସ୍କୋର ୨୨୬ ରନ୍ ଥିବା ବେଳେ ତୃତୀୟ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ ଶୁଭମନ୍ ଗିଲ୍। ସେ ଶ୍ରେୟସ ଆୟର ୧୧୦ ରନ୍ ଭାଗିଦାରୀ କରିପାରିଥିଲେ। ଯୁବ ବ୍ୟାଟର ଶୁଭମନ୍ ଗିଲ ତାଙ୍କ କ୍ୟାରିୟରର ୭ମ ଦିନିକିଆ ଶତକ ହାସଲ କରିଥିଲେ। ସେ ୧୪ଟି ଚୌକା ଓ ୩ଟି ଛକା ବଳରେ ୧୧୨ ରନ୍ ସଂଗ୍ରହ କରିଥିଲେ। ସ୍କୋର୨୫୫ ରନ୍ ରେ ଭାରତ ୪ର୍ଥ ୱିକେଟ୍ ଭାବେ ଶ୍ରେୟସ ଆୟର (୭୮ରନ୍, ୬୪ବଲ୍, ୮ ଚୌକା ଓ ୨ଛକା)ଙ୍କୁ ହରାଇଥିଲା। ଆୟର ନିଜର ୨୦ତମ ଦିନିକିଆ ଅର୍ଦ୍ଧଶତକ ହାସଲ ପରେ ଆଦିଲ ରସିଦଙ୍କ ବଲ୍ ଫିଲ୍ ସଲ୍ଟଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଭାରତର ୫ମ ୱିକେଟ୍ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହୋଇଥିଲେ। ସେ ୯ଟି ବଲ୍ ସାମ୍ନା କରିଥିଲେ। ଏଥିରୁ ସେ ୯ଟି ଛକା ମାରି ନିଜର ବ୍ୟକ୍ତିଗତ ସ୍କୋର ୧୭ ରନ୍ ସଂଗ୍ରହ କରିଥିଲେ।
ଅକ୍ଷର ପଟେଲ ୧୩ ରନ୍, କେଏଲ୍ ରାହୁଲ ୪୦ ରନ୍, ହର୍ଷିତ ରାଣା ୧୩ ରନ୍, ୱାସିଂଟନ୍ ସୁନ୍ଦର ୧୪ ରନ୍, ଅର୍ଶଦୀପ ସିଂ ୨ ରନ୍ ଓ କୁଲଦୀପ ଯାଦବ ଅପରାଜିତ ୧ ରନ୍ କରିଥିଲେ। ଇଂଲଣ୍ଡ ତରଫରୁ ଆଦିଲ ରସିଦଙ୍କୁ ସର୍ବାଧିକ ୪ ୱିକେଟ୍ ମିଳିଥିଲା। ମାର୍କ ଉଡଙ୍କୁ ୨ ୱିକେଟ୍ ମିଳିଥିବା ବେଳେ ସାକିବ ମହମ୍ମଦ, ଗସ୍ ଆଟିକସନ ଓ ଜୋ ରୁଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଚମ୍ପିଆନ୍ ଟ୍ରଫି ଲାଗି ଭାରତୀୟ ଦଳ ଘୋଷିତ
……………………………………………………………………..
୨୦୨୫ ଚାଂପିଅନ୍ସ ଟ୍ରଫି ପାଇଁ ଭାରତର ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଜସପ୍ରିତ ବୁମରାହଙ୍କ ଫିଟନେସ୍ ରିପୋର୍ଟକୁ ଅପେକ୍ଷା କରିଥିଲା, କିନ୍ତୁ ସେ ଠିକ୍ ସମୟରେ ଫିଟ୍ ହୋଇପାରିଲେ ନାହିଁ । ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିଥିବା ଚାଂପିଅନ୍ସ ଟ୍ରଫି ଦଳରେ ଅଧିକାଂଶ ସମାନ ଖେଳାଳିଙ୍କୁ ସାମିଲ କରାଯାଇଛି ।
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ରହିବେ। ଶୁଭମନ ଗିଲଙ୍କୁ ଦିନିକିଆ ଦଳର ଉପ-ଅଧିନାୟକ ଭାବରେ ଘୋଷଣା କରାଯାଇଛି । ରୋହିତ ଏବଂ ଗିଲଙ୍କୁ ଓପନିଂ କରିବାର ସମ୍ଭାବନା ରହିଛି। କିନ୍ତୁ ସଂପ୍ରତି ଏକଦିବସୀୟ ଡେବ୍ୟୁ କରିଥିବା ଯଶସ୍ୱୀ ଜୟସୱାଲଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସେମାନଙ୍କ ବ୍ୟତୀତ ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ରିଷଭ ପନ୍ତଙ୍କ କାନ୍ଧରେ ମଧ୍ୟ ବ୍ୟାଟିଂ ଭାର ରହିବ । ରିଷଭ ପନ୍ତଙ୍କୁ ବ୍ୟାକଅପ୍ ୱିିକେଟ କିପର ଭାବରେ ଦେଖାଯାଉଛି, ଏପରି ପରିସ୍ଥିତିରେ କେଏଲ ରାହୁଲ ଚାଂପିଅନ୍ସ ଟ୍ରଫି ପାଇଁ ୱିିକେଟକିପିଂ ପାଇଁ ପ୍ରଥମ ପସନ୍ଦ ହୋଇପାରିବେ ।
ବ୍ୟାଟିଂ ଲାଇନଅପ୍: ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିିକେଟ କିପର), ରିଷଭ ପନ୍ତ (ୱିିକେଟ କିପର)
ଭାରତୀୟ ଦଳରେ ଅଲରାଉଣ୍ଡର ଖେଳାଳୀମାନଙ୍କୁ ବହୁତ ଗୁରୁତ୍ୱ ଦିଆଯାଇଛି । ୧୫ ଜଣିଆ ଦଳରେ ଜଣେ କି ଦୁଇଜଣ ନୁହେଁ ବରଂ ଚାରି ଜଣ ଅଲରାଉଣ୍ଡର ଖେଳାଳିଙ୍କୁ ସାମିଲ କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ସହିତ ଦ୍ରୁତ ବୋଲିଂରେ ମଧ୍ୟ ଯୋଗଦାନ ଦେବେ, ଯେତେବେଳେ ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ସ୍ପିନ୍ ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ଯୋଗଦାନ ଦେଇପାରିବେ ।
ତେବେ ବିସିସିଆଇ ଦଳରେ କେବଳ ୩ ଜଣ ମୁଖ୍ୟ ଦ୍ରୁତ ବୋଲରଙ୍କୁ ସ୍ଥାନ ଦେଇଛି । ମହମ୍ମଦ ଶାମି ଚାଂପିଅନ୍ସ ଟ୍ରଫିରେ ଭାରତର ସବୁଠାରୁ ଅଭିଜ୍ଞ ଦ୍ରୁତ ବୋଲର ହେବେ, ତାଙ୍କୁ ଅଶର୍ଦୀପ ସିଂହ ଏବଂ ହର୍ଷିତ ରାଣା ସମର୍ଥନ କରିବେ । ସେହି ସମୟରେ, କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସ୍ପିନ୍ ବୋଲିଂରେ ଯୋଗଦାନ ଦେବେ ।
ବୋଲିଂ ପାଇଁ ବହୁତ ବିକଳ୍ପ: ମହମ୍ମଦ ଶାମି, ଅଶର୍ଦୀପ ସିଂହ, ହର୍ଷିତ ରାଣା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ।
ଚାଂପିଅନ୍ସ ଟ୍ରଫି ପାଇଁ ଭାରତର ଦଳ
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀ ।