

ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀ ସଚିବାଳୟରେ ଧାଁ ଧାପଡ଼ ସ୍ଥିତି ଦେଖାଦେଇଛି । ଆମ୍ ଆଦମୀ ପାର୍ଟିର ନେତାମାନେ ସଚିବାଳୟରେ ପ୍ରବେଶ କରିଥିବା ନଜରକୁ ଆସିଛନ୍ତି । ସଚିବାଳୟରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଗାଏବ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସଚିବାଳୟର ଜେନେରାଲ ଆଡମିନିଷ୍ଟ୍ରେଟିଭ ବ୍ରାଞ୍ଚର ଜଏଣ୍ଟ ସେକ୍ରେଟାରୀ ପ୍ରଦୀପ ତାୟରଙ୍କ ତରଫରୁ ଏକ ଆଦେଶ ଜାରି କରାଯାଇଛି ।
ଏହି ନୋଟିଫିକେସନ କୁହାଯାଇଛି କି, ସଚିବାଳୟରୁ କୌଣସି ଫାଇଲ ବିନା ଅନୁମତିରେ ବାହାରକୁ ଯିବ ନାହିଁ । ନୂଆଦିଲ୍ଲୀ ଆସନରୁ ବିଜେପିର ବିଜୟ ପରେ ରାଜନୈତିକ ମାହୋଲରେ ବଡ଼ ହଲଚଲ ଦେଖାଦେଇଛି । ନୋଟିଫିକେସନରେ ଲେଖାଯାଇଛି କି, ସାଧାରଣ ପ୍ରଶାସନର ବିନା ଅନୁମତିରେ କୌଣସି ଫାଇଲ/ ଦସ୍ତାବିଜ, କମ୍ପ୍ୟୁଟର ହାର୍ଡ଼ୱେୟାର ଆଦି ଦିଲ୍ଲୀ ସଚିବାଳୟ ପରିସର ବାହାରକୁ ଯାଇ ପାରିବ ନାହିଁ । ଏହି ଆଦେଶ ସଚିବାଳୟ କାର୍ଯ୍ୟାଳୟ ଏବଂ ମନ୍ତ୍ରୀ ପରିଷଦ କାର୍ଯ୍ୟାଳୟରେ ମଧ୍ୟ ପ୍ରଯୁଜ୍ୟ ହେବ । ଉଭୟ କାର୍ଯ୍ୟାଳୟର ଇନ-ଚାର୍ଜ ମଧ୍ୟ ଏହି ଆଦେଶ ପାଳନ କରିବାକୁ ପଡ଼ିବ ।
ଏହି ଆଦେଶ ଯୋଗୁଁ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ମଧ୍ୟ ତୀବ୍ର ହୋଇଛି । ସରକାରୀ ଫାଇଲଗୁଡ଼ିକର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ବିଜେପି ଦାବି କରିଛି । ଯେଉଁଠାରେ ଆମ୍ ଆଦମୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ ସରକାର ପରିବର୍ତ୍ତନ ହେବା ମାତ୍ରେ ସଚିବାଳୟରୁ ଫାଇଲ ଜବତ କରିବାକୁ ବିଜେପି ଚେଷ୍ଟା କରୁଛି । ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହାରିଯାଇଛନ୍ତି । ନୂଆଦିଲ୍ଲୀ ବିଧାନସଭା ସିଟରେ ପ୍ରବେଶ ବର୍ମା ଶର୍ମା କେଜ୍ରିୱାଲକୁ ହରାଇଛନ୍ତି । ପ୍ରବେଶ ଶର୍ମା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ସାହିଦ ସିଂ ବର୍ମାଙ୍କ ପୁଅ । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୧ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଆପ୍ ଦିଲ୍ଲୀରେ ୨୦୧୫ରୁ ଲଗାତାର ଶାସନ କରୁଥିଲା । ଗତ ଦୁଇଟି ନିର୍ବାଚନରେ ବିଜେପିକୁ ହରାଇଥିଲା । ଏଥର କିନ୍ତୁ ବିଜେପି ଆପ୍ କୁ ହରାଇ ବାଜିମାତ କରିନେଇଛି ।