
ଆଗରୁ ତ ମିଶିସାରିଥିଲା ଦୁଇ ମନ ଆଉ ହୋଇସାରିଥିଲା ଏକ ମନ। ଏବେ ଖୁବ୍ ଶୀଘ୍ର ବୈବାହିକ ବନ୍ଧନରେ ବାନ୍ଧିହୋଇ ଏକ ହେବାକୁ ଯାଉଛି ଦୁଇ ଜୀବନ । ଓଲିଉଡର ମହାନାୟକ ଅନୁଭବ ମହାନ୍ତି ଆଉ ତାଙ୍କ ” ରିଏଲ୍ ଲାଇଫ୍” ର ମହାନାୟିକା ଜାଗୃତି ଶୁକ୍ଳ ଏବେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।
ଗତକାଲି ଦୁହେଁ ଏକ ହୋଟେଲରେ ଗ୍ରାଣ୍ଡ ଭାବେ ନିର୍ବନ୍ଧ କରିଥିବା କଥା ସୂଚନା ମିଳିଛି। ଏମିତିକି ଦୁହିଁଙ୍କର ନିର୍ବନ୍ଧ ବେଳର ଫଟୋ ମଧ୍ୟ ସୋସିଆନ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଯଦିଓ ସେମାନଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କିମ୍ୱା ଅନୁଭବ ଓ ଜାଗ୍ରତିଙ୍କ ପକ୍ଷରୁ ଔପଚ଼ାରିକ ଭାବରେ କୌଣସି ଘୋଷଣା ହୋଇନାହିଁ, ତଥାପି ସେମାନଙ୍କର ନିର୍ବନ୍ଧ ହେବାର ଫଟୋ ଚାରିଆଡେ ଘୂରି ବୁଲୁଛି। ଆଉ ସେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଯଦି ଦେଖିବା କିଛି ଦିନ ତଳେ ଅନୁଭବଙ୍କ ବାୟୋଗ୍ରାଫି ବୁକର ଉନ୍ମୋଚନ ହୋଇଥିଲା। ଆଉ ଯେଉଁ ବହିକୁ ଲେଖିଛନ୍ତି ବାନ୍ଧବୀ ଜାଗୃତି ଶୁକ୍ଳା। ଏହି ବହି ଉନ୍ମୋଚନ ହେବା ପରେ ଅଧିକ ଭାଇରାଲ ହୋଇଥିଲେ ଜାଗୃତି। ବିଭିନ୍ନ ଟିଭି ଚ୍ୟାନେଲ ଓ ୟୁଟ୍ୟୁବ ଚ୍ୟାନେଲର ପୋଡକାଷ୍ଟରେ ବସିଥିଲେ।
ଆଉ ଅନୁଭବ-ଜାଗ୍ରତିଙ୍କ ଭିତରେ ଥିବା ସମ୍ପର୍କ ଏବଂ ସେମାନେ କେବେ ବାହା ହେଉଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ହେଲେ ସେ ପ୍ରତ୍ୟେକ୍ଷ ଭାବେ ନକହିଥିଲେ ମଧ୍ୟ ତାଙ୍କ ଇସାରାରୁ ବାରି ହୋଇପଡୁଥିଲା କି ତାଙ୍କର ଅନୁଭବଙ୍କ ସହ ବିବାହ ହେବ।
ଆଉ ଏବେ ସେହି କଥା ସତ ପ୍ରମାଣିତ ହେବାକୁ ଯାଉଛି। ବିଶେଷ କରି ତାଙ୍କ ଦୁହିଁଙ୍କ ନିର୍ବନ୍ଧ ଫଟୋ ଭାଇରାଲ ହେବା ପରେ ସେ ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ହେଉଛି। ହେଲେ ଏବେଯାଏଁ ସେମାନେ ଏନେଇ କୌଣସି ମୁହଁ ଖୋଲି ନାହାନ୍ତି।
ହେଲେ ସେମାନଙ୍କ ନିର୍ବନ୍ଧ ଖବର ମଧ୍ୟ ଓଡିଶାର କେହି ଲୋକ ଜାଣି ନଥିବା କଥା କୁହାଯାଉଛି। କାରଣ ଏହି ନିର୍ବନ୍ଧ ବି ଓଡିଶାରେ ହୋଇନାହିଁ ବୋଲି ଆଲୋଚନା ହେଉଛି। ତେବେ ପ୍ରକୃତରେ ଏହି କଥାଟି କେତେ ସତ ଆଉ ପ୍ରକୃତରେ ସେମାନେ କେଉଁଠି ନିର୍ବନ୍ଧ କରିଛନ୍ତି। ତାହା କେବଳ ଅନୁଭବ-ଜାଗୃତି ଓ ସେମାନଙ୍କ ନିକଟତର ଲୋକ ହିଁ ସ୍ପଷ୍ଟ କରିପାରିବେ।