
ରାଜ୍ୟରେ ଆୟୋଜିତ ଦୁଇ ଦିନିଆ ଉତ୍କର୍ଷ ସମ୍ମିଳନୀ ଉଦ୍ ଯାପିତ ହୋଇଛି ଆଉ ଓଡ଼ିଶାକୁ ଦେଇଯାଇଛି ପ୍ରତ୍ୟାଶାର ବାହାରେ ଥିବା ନାହିଁ ନ ଥିବା ପୁଞ୍ଜି ନିବେଶର ପ୍ରସ୍ତାବ । ପ୍ରାୟ ୧୭ ଲକ୍ଷ କୋଟିର ପୁଞ୍ଜି ନିବେଶର ପ୍ରସ୍ତାବ ଆସିଛି। ସରକାର ୫ ଲକ୍ଷ କୋଟିର ନିବେଶ ଆଶା ରଖିଥିବା ବେଳେ ୧୬.୭୩ ଲକ୍ଷ କୋଟିର ନିବେଶ ପାଇଁ ପ୍ରସ୍ତାବ ମିଳିଛି । ମୋଟ ୧୪୫ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏମଓୟୁ ବାଦ ୩ ଲକ୍ଷ ୮୮ ହଜାର କୋଟି ନିବେଶ ଆସିବ । ଲକ୍ଷର ୩ ଗୁଣା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ ସଂସ୍ଥା । କାର୍ଯ୍ୟକ୍ରମର ଶେଷ ସଂଧ୍ୟାରେ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେବା ସହ ସମ୍ମିଳନୀକୁ ସମ୍ପୂର୍ଣ୍ଣ ସଫଳ ବୋଲି ଦର୍ଶାଇଛନ୍ତି ।
'ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଲେଭ-୨୦୨୫'ରେ ଆସିଥିବା ନିବେଶ ପ୍ରସ୍ତାବରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାରଙ୍କୁ ଟପିଛନ୍ତି ମୋହନ ମାଝୀ ସରକାର । ପୂର୍ବ ୩ ଶିଳ୍ପ ମହାକୁମ୍ଭରେ ପ୍ରାୟ ୧୬ ଲକ୍ଷ ନିବେଶ ପ୍ରସ୍ତାବ ଆସିଥିଲା । କିନ୍ତୁ ମୋହନ ସରକାରର ପ୍ରଥମ ସମ୍ମିଳନୀରେ ୨୦ଟି କ୍ଷେତ୍ରରେ ୫୯୩ଟି ପ୍ରକଳ୍ପ ପାଇଁ ମୋଟ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଏହା ଦ୍ୱାରା ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।ମୁଖ୍ୟମନ୍ତ୍ରୀ
ମାଝୀ
ଆହୁରି କହିଛନ୍ତି
ଯେ,"ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଲେଭ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ ଡେଲିଗେଟ୍ସ, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଆଉ ଓଡିଶା ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ । ଓଡିଶା ହେଉଛି ବର୍ତ୍ତମାନ ପାଇଁ ସର୍ବୋତ୍ତମ ସୁଯୋଗର ଭୂମି ବୋଲି ଶିଳ୍ପ ଜଗତକୁ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଓଡିଶାରେ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହି ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି -'ମୋଦୀ ଗ୍ୟାରେଣ୍ଟି' ଦେଇଛନ୍ତି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାକୁ ଏକ ଗ୍ରୋଥ ଇଞ୍ଜିନ କରିବା ପାଇଁ ସେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଛନ୍ତି । ଡବଲ ଇଞ୍ଜିନ ସରକାରରେ ତାଙ୍କର ଯାହା ଭୂମିକା ରହିବା କଥା ତାକୁ ସେ ସମ୍ପୂର୍ଣ୍ଣ ଭାବେ ନିର୍ବାହ କରିଛନ୍ତି । ଏହାଦ୍ୱାରା ଦେଶର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଆମର ଯେଉଁ ସଂକଳ୍ପ ରହିଛି, ଆମେ ତାହାର ନିକଟତର ହୋଇପାରିଛୁ ।'' ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏମଓୟୁ ବାଦ ୩ ଲକ୍ଷ ୮୮ ହଜାର କୋଟି ନିବେଶ ଆସିବ । ଲକ୍ଷର ୩ ଗୁଣା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ ସଂସ୍ଥା ।
୧୫ ଟି କମ୍ପାନୀ ଖଟାଇବେ ୮ ଲକ୍ଷ ୫୦ ହଜାର କୋଟି ଟଙ୍କା । ଆଦାନୀ ୨ ଲକ୍ଷ ୨୮ ହଜାର କୋଟି, ବେଦାନ୍ତ ଲକ୍ଷେ କୋଟି, ଟାଟା ୮୮ ହଜାର କୋଟିର ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦ୍ବିତୀୟ ଦିନରେ ପର୍ୟ୍ୟଟନ କ୍ଷେତ୍ରରେ ୧୨୧ଟି ପ୍ରକଳ୍ପ ପାଇଁ ୮ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ସେହିଭଳି ହସ୍ତତନ୍ତ ବୟନଶିଳ୍ପ କ୍ଷେତ୍ରରେ ୭୭୬୨ କୋଟିର ପୁଞ୍ଜିନିବେଶ ପାଇଁ ୬ଟି ସଂସ୍ଥା ସହ ଏମଓୟୁ ହୋଇଛି। କୃଷି, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ନିବେଶକାରୀଙ୍କ ସହ ହଜାରେ କୋଟିର ଏମଓୟୁ ସରିଛି । ଦ୍ବିତୀୟ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସର୍ବାଧିକ ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ନିବେଶକ । ୬ଟି ବଡ ବଡ କମ୍ପାନୀ ସହ ପ୍ରାୟ ୩୧ ହଜାର କୋଟିର ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହାସହ ଆଗକୁ ୪ ଲକ୍ଷ ୩୩ ହଜାର କୋଟିର ପୁଞ୍ଜିନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି। ଏହିପରି ସବୁଗୁଡିକୁ ମିଶାଇ ୧୬ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରସ୍ତାବ ଆସିଛି। ସେହିପରି ଏଥିଯୋଗୁ ପ୍ରାୟ ୧୩ ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ସମ୍ମିଳନୀର ଦ୍ବିତୀୟ ଦିନରେ କୃଷି କ୍ଷେତ୍ରକୁ ଫୋକସ କରିଛନ୍ତି ସରକାର ।
ଆସିବ ୧୭ ଲକ୍ଷ କୋଟିର ପୁଞ୍ଜି ନିବେଶ
ସରକାର ୫ ଲକ୍ଷ କୋଟିର ନିବେଶ ଆଶା ରଖିଥିଲେ
ଏହାର ତିନି ଗୁଣା ଅର୍ଥାତ୍ ୧୬.୭୩ ଲକ୍ଷ କୋଟିର ନିବେଶ ପାଇଁ ପ୍ରସ୍ତାବ
ମୋଟ ୧୪୫ଟି ଏମଓୟୁ ସ୍ବାକ୍ଷରିତ
୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ଏମଓୟୁ ବାଦ ୩ ଲକ୍ଷ ୮୮ ହଜାର କୋଟି ନିବେଶ ଆସିବ
୧୫ ଟି କମ୍ପାନୀ ଖଟାଇବେ ୮ ଲକ୍ଷ ୫୦ ହଜାର କୋଟି ଟଙ୍କା
ଆଦାନୀ ୨ ଲକ୍ଷ ୨୮ ହଜାର କୋଟି ନିବେଶ କରିବ
ବେଦାନ୍ତ ଲକ୍ଷେ କୋଟି, ଟାଟା ୮୮ ହଜାର କୋଟିର ନିବେଶ କରିବ
ପର୍ୟ୍ୟଟନ କ୍ଷେତ୍ରରେ ୧୨୧ଟି ପ୍ରକଳ୍ପ ପାଇଁ ୮ ହଜାର କୋଟିର ପୁଞ୍ଜିନିବେଶ
ବୟନଶିଳ୍ପ କ୍ଷେତ୍ରରେ ୬ଟି ସଂସ୍ଥା ୭୭୬୨ କୋଟିର ପୁଞ୍ଜିନିବେଶ କରିବେ।
ଏହା ବଡ଼ ହର୍ଷୋଲ୍ଲାସର ବିଷୟ।ଏକ ସମାଜ ତଥା ରାଜ୍ୟ ବା ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ଲାଗି ଅର୍ଥନୀତିର ବିକାଶ ଅପରିହାର୍ଯ୍ୟ। ଆଜିର ଅର୍ଥନୈତିକ ଉଦାରୀକରଣ ଯୁଗରେ ଅର୍ଥନୀତିର ବିକାଶ ମୁଖ୍ୟତଃ ପୁଞ୍ଜି ନିବେଶ ଉପରେ ନିର୍ଭର କରେ। ଆଜି ଚୀନ୍ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଅର୍ଥନୀତି ହୋଇଛି ପ୍ରଥମେ ନିଜ ଭୂମିରେ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ପୁଞ୍ଜି ନିବେଶ ପାଇଁ ଅନୁମତି ଦେଇ ଚୀନ ଆଜି ଦ୍ଵିତୀୟ ବୃହତ୍ତମ ଅର୍ଥନୀତି ବନିଛି ଏବଂ ଆଗକୁ ଆମେରିକାକୁ ଟପି ପ୍ରଥମ ବୃହତ୍ତମ ଅର୍ଥନୀତି ହେବାର ପ୍ରୟାସ ଜାରି ରଖିଛି।
ଏଣୁ ଆଜିର ପରିବର୍ତ୍ତିତ ସମୟରେ ଅର୍ଥନୀତିର ବିକାଶ ଲାଗି ପୁଞ୍ଜି ନିବେଶକୁ ପ୍ରଥମ ଅଗ୍ରାଧିକାର ଦେବା ଉଚିତ। କେବଳ ପୁଞ୍ଜି ପୁଳାଏ ପୁଳାଏ ଆସିଲେ ରାଜ୍ୟ ଏକ ବିକଶିତ ଧନୀ ରାଜ୍ୟ ହୋଇଯିବନାହିଁ । ଏହା ସହିତ ରାଜ୍ୟ ସରକାର ନିଜସ୍ବ ଶୈଳ୍ପିକ ଉତ୍ପାଦନ ଉପରେ ଅଗ୍ରାଧିକାର ଦେବା ଉଚିତ। କମ୍ପାନୀମାନେ ଯେତିକି ପୁଞ୍ଜି ଖଟେଇବେ, ତାହାର କାହିଁ କେତେ ଗୁଣ ଅଧିକ ନିଜ ପକେଟକୁ ନେଇଯିବେ। ତେବେ ରାଜ୍ୟ ପାଇବ କଣ ? ଏଥିଲାଗି ନିଜସ୍ୱ ଉତ୍ପାଦନ ଉପରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁପଡିବ।ମଧ୍ୟମ ଆଉ କ୍ଷୁଦ୍ର ଶିଳ୍ପ, ମକୃଷି, ଖଣି, ବିଦ୍ୟୁତ ଏବଂ ପର୍ଯ୍ୟଟନର ବିକାଶ ଉପରେ କାର୍ଯ୍ୟ କରିବାକୁପଡିବ