
ପ୍ରଥମେ ହେଲା ପ୍ରେମ, ତାହା ପରେ ହେଲା ବାହାଘର, ଆଉ ଶେଷରେ ହେଲା ବର କନ୍ୟାଙ୍କ ଭିତରେ ବାଡାବାଡି । କଥାଟା ଟିକେ ବିସ୍ତାରିତ ଭାବେ ବାଖ୍ୟା କରାଯାଉଛି। କାର୍ଯ୍ୟରତ ଜଣେ ପୋଲିସ ଇନ୍ସପେକ୍ଟର ଆଉ ଜଣେ ମହିଳା କନଷ୍ଟେବଳଙ୍କ ମଧ୍ୟରେ ପ୍ରଥମେ ପ୍ରେମ ହୋଇଗଲା । ତା’ ପରେ ଦୁହେଁ ମନ୍ଦିରରେ କରିନେଲେ ବିବାହ । ହେଲେ ବିବାହ ସରୁସରୁ ସେହିଠାରେ ଦୁହିଁଙ୍କ ଭିତରେ ଲାଗିଗଲା ମାଡ଼ପିଟ୍ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଇନ୍ସପେକ୍ଟର ନରହଟ ପୋଲିସ ଷ୍ଟେସନରେ ନିଯୁକ୍ତି ପାଇଛନ୍ତି ଏବଂ ମହିଳା କନଷ୍ଟେବଳ ବି ସେହିଠାରେ ନିଯୁକ୍ତି ପାଇଛନ୍ତି।
ଦୁହେଁ ପରସ୍ପରକୁ ବହୁତ ଦିନ ଧରି ଭଲ ପାଉଥିଲେ ଏବଂ ଶେଷରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ଶୋଭନାଥ ମନ୍ଦିର ପରିସରରେ ପହଞ୍ଚି ବିବାହ କରିଥିଲେ।
ସବୁକିଛି ଠିକ୍ ଚାଲିଥିଲା ,କିନ୍ତୁ ବିବାହ ସମୟରେ ଭିଡିଓ ରେକର୍ଡିଂ କରିବାକୁ ନେଇ ଉଭୟ ଝଗଡ଼ା କରିବା ପରେ ମାମଲା ଆହୁରି ବଢ଼ିଗଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଉଭୟଙ୍କ ବିବାହ ସମୟରେ ଏକ ଭିଡିଓ ପ୍ରସ୍ତୁତ କରାଯାଉଥିଲା, ଯାହାକୁ ଇନ୍ସପେକ୍ଟର ପସନ୍ଦ କରିନଥିଲେ। ଏହା ପରେ ଦୁହିଁଙ୍କ ଭିତରେ ଝଗଡ଼ା ଲାଗିଗଲା। ବିବାହ ପାଇଁ ମନ୍ଦିର ପରିଚାଳନା ଦ୍ୱାରା ଜାରି କରାଯାଇଥିବା ରସିଦରେ ଇନ୍ସପେକ୍ଟରଙ୍କ ନାମ ସଚିନ କୁମାର ଲେଖାଯାଇଛି। ମହିଳା କନଷ୍ଟେବଳଙ୍କ ନାମ ସୁମନ କୁମାରୀ ବୋଲି କୁହାଯାଉଛି।
ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରେମ କଲେ ବି ବିବାହ ପ୍ରତି ଇନ୍ସପେକ୍ଟରଙ୍କ ମନୋଭାବ ଭିନ୍ନ ଥିଲା ଏବଂ ସେ ବିବାହ ପାଇଁ ପ୍ରସ୍ତୁତ ନଥିଲେ। ଏହି କାରଣରୁ ମାମଲା ନୱାଡା ଏସପିଙ୍କ ପାଖରେ ପହଞ୍ଚିଲା ଆଉ ଏସ୍,ପି, ଙ୍କ ହସ୍ତକ୍ଷେପ ଫଳରେ ଉଭୟେ ଶୋଭନାଥ ମନ୍ଦିରକୁ ଯାଇ ବିବାହ କଲେ।
ବବିବାହ ପରେ ଯେତେବେଳେ ଦୁହେଁ ମନ୍ଦିରରୁ ବାହାରକୁ ଆସୁଥିଲେ, ଭିଡିଓ ତିଆରି କରିବାକୁ ନେଇ ବିବାଦ ହୋଇଥିଲା। ବିବାଦ ଏତେ ବଢ଼ିଗଲା ଯେ ଇନ୍ସପେକ୍ଟର ତାଙ୍କ ସ୍ତ୍ରୀଙ୍କୁ ଜୋରେ ଜୋରେ ଚାପୁଡ଼ା ମାରିଲେ। ତାଙ୍କୁ ଚାପୁଡ଼ା ମାରିବା ମାତ୍ରେ ମହିଳା କନଷ୍ଟେବଳ ଜଣକ ତଳେ ପଡ଼ି କାନ୍ଦିବାକୁ ଲାଗିଲେ। ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସମ୍ପୂର୍ଣ୍ଣ ଘଟଣାକୁ କ୍ୟାମେରାରେ କଏଦ କଲେ।
ଚାପୁଡ଼ା ମାରିବା ପରେ ଇନ୍ସପେକ୍ଟର ତାଙ୍କ ସ୍ତ୍ରୀଙ୍କୁ ଶାନ୍ତ କରିବାକୁ ଏବଂ କ୍ଷମା ମାଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା। ଏହି ଘଟଣାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ଏହାକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବ୍ୟକ୍ତିଗତ ବିବାଦ ବୋଲି ବିବେଚନା କରୁଛନ୍ତି। କିଛି ଲୋକ କହୁଛନ୍ତି ଯେ ଏହା ଇନ୍ସପେକ୍ଟରଙ୍କ କ୍ରୋଧ ଏବଂ ଅନୁଶାସନହୀନତାର ପରିଣାମ।
ସ
ସଚିନ ମୁଙ୍ଗେର ଜିଲ୍ଲାର ଧାରହରା ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଲାଲଚାନ୍ଦ ଯାଦବଙ୍କ ପୁଅ, ମହିଳା କନଷ୍ଟେବଳ ସୁମନ କୁମାରୀ କଟିହାର ଜିଲ୍ଲାର କୁର୍ସେଲା ଅଞ୍ଚଳର ବାସିନ୍ଦା। ବିବାହ ପାଇଁ ମଧ୍ୟ ଆବେଦନ କରିଥିଲେ। ସୁମନ କୁମାରୀ କହିଥିଲେ ଯେ, ସେମାନେ ଦୁହେଁ ଦୁଇ ବର୍ଷ ଧରି ପ୍ରେମ କରୁଥିଲେ। ଆମେ ବିବାହ ପାଇଁ ନୱାଡା ଏସପିଙ୍କ ନିକଟରେ ଆବେଦନ କରିଥିଲୁ ଏହା ପରେ, ସେ କହିଥିଲେ ଯେ ତୁମେ ଦୁହେଁ ବିବାହ କରିବା ଉଚିତ। ଇନ୍ସପେକ୍ଟର ସଚିନ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ହଠାତ୍ ସେ ଏକ ଛୋଟ କଥାକୁ ନେଇ ମୋତେ ମାଡ଼ ମାରିବା ଆରମ୍ଭ କରିଦେଲେ। ଯେତେବେଳେ ପ୍ରତ୍ୟକ୍ଷଦର୍ଶୀମାନେ ମାଡ଼ ମାରିବାର ପ୍ରତିବାଦ କଲେ ଇନ୍ସପେକ୍ଟର ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେଇ ଚାଲିଗଲେ। ଅନ୍ୟପକ୍ଷରେ ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।
