
ଯାହାକୁ ନେଇ ଭୟ ଥିଲା ଶେଷରେ ତାହା ହିଁ ହୋଇଛି । ଆତଙ୍କବାଦୀଙ୍କ ଆଡ୍ଡା ଏବଂ ପୋଷକ ପାକିସ୍ତାନରେ ଏବେ କୋକୁଆ ଭୟ । ଚାମ୍ପିୟନ୍ସ ଟ୍ରଫି ଚାଲିଥିବା ବେଳେ ବଡ଼ ଖବର ସାମ୍ନାକୁ ଆସିଛି । ସେଠାରେ ବିଦେଶୀ ଖେଳାଳୀ ଆଉ ଫ୍ୟାନ୍ ମାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିବାର ବିପଦ ଦେଖାଦେଇଛି। ଏଥିନେଇ ପାକିସ୍ତାନର ଗୋଇନ୍ଦା ବିଭାଗ ସତର୍କ କରାଇଦେଇଛି।
ପାକିସ୍ତାନରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ରୂପେ ଚାମ୍ପିୟନ୍ସ ଟ୍ରଫି ଚାଲିଥିବା ବେଳେ ବଡ ଖବର ସାମ୍ନାକୁ ଆସିଛି । ଏଥିନେଇ ପାକିସ୍ତାନ ଗୋଇନ୍ଦା ବିଭାଗ ତରଫରୁ ଆଲର୍ଟ ଜାରୀ କରାଯାଇଛି। ମିଳିଛି ଆତଙ୍କବାଦୀଙ୍କ ଧମକ । ଏମିତିକି ଆତଙ୍କବାଦୀ ସଂଗଠନ ବଡ଼ ଧରଣର କିଛି କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଗୁଇନ୍ଦା ପକ୍ଷରୁ ଏ ନେଇ ଆଲର୍ଟ ଜାରି କରାଯାଇଛି ।
ଚାମ୍ପିୟନ୍ସ ଟ୍ରଫି ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ପାକିସ୍ତାନକୁ ଦାୟିତ୍ବ ମିଳିଥିଲା । ୨୭ ବର୍ଷ ପରେ ସେଠାରେ ଆଇ,ସି,ସି,ର ଏପରି ଏକ ବଡ଼ ପ୍ରତିଯୋଗୀତା ଦିଆଯାଇଥିଲା । କିନ୍ତୁ ତାହା ବି ଏବେ ବନ୍ଦ ହେବା ଭଳି ସ୍ଥିତି ଆସିଯାଇଛି । କାରଣ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ମିଳିଛି ଧମକ ।ଚାମ୍ପିୟନ୍ସ ଟ୍ରଫି ମଝିରେ ଆତଙ୍କବାଦୀ ହରକତ୍ ସାମ୍ନାକୁ ଆସିବା ନେଇ ଖୋଦ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଇସଲାମିକ୍ ଷ୍ଟେଟ୍ (ଆଇ,ଏସ) ଖୋରାସନ୍ ପକ୍ଷରୁ ଏମିତି କିଛି କରାଯିବା ନେଇ ଆଲର୍ଟ ଜାରି କରାଯାଇଛି ।
ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ବିଦେଶୀ ଖେଳାଳୀ ଏବଂ ବିଦେଶୀ ପ୍ରଶଂସକଙ୍କ ସୁରକ୍ଷା । ପାକିସ୍ତାନରେ ହାଇଆଲର୍ଟ ଜାରି କରାଯିବା ପରେ ଏବେ ସରକାରଙ୍କ ଚେତା ପଶିଛି । ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନହୁଏ , ସେ ନେଇ ତତ୍ପରତା ପ୍ରକାଶ କରିଛନ୍ତି ସରକାର । କିନ୍ତୁ ଭାରତ ପାଇଁ ସବୁଠାରୁ ଆଶ୍ବସ୍ତିକର ବିଷୟ ହେଉଛି ଯେ, ନା ଟିମ୍ ଇଣ୍ଡିଆ ପାକିସ୍ତାନ ଯାଇଛି ନା କୌଣସି ଭାରତୀୟ ପ୍ରଶଂସକ ପାକିସ୍ତାନ ଯାଇଛନ୍ତି । ଟିମ୍ ଇଣ୍ଡିଆ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳୁଛି । ଆଉ ଦଳ ସେମି ଫାଇନାଲ ଓ ଫାଇନାଲକୁ ଯଦି ଯାଏ , ତେବେ ଦୁବାଇରେ ହିଁ ଖେଳିବ ।
ଏବେ ବିଦେଶୀ କ୍ରିକେଟ ଫ୍ୟାନ୍କୁ ଅପହରଣ କରାଯିବା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ବି ପ୍ରଶ୍ନ ଉଠିଲାଣି ।ଏମିତି ବି ହୋଇପାରେ ଯେ ଚାମ୍ପିୟନ୍ସ ଟ୍ରଫି ଅଧାରୁ ବାତିଲ କରାଯାଇପାରେ । କାରଣ ଏମିତି ସ୍ଥିତିରେ କୌଣସି ରିସ୍କ ନେବାକୁ ଚାହିଁବେନି କୌଣସି ଟିମ୍ କିମ୍ବା ପ୍ରଶଂସକ ।
ପାକିସ୍ତାନୀ ଗୁଇନ୍ଦା ବିଭାଗ
ଠାରୁ ଏଭଳି ସତର୍କ ସୂଚନା ମିଳିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଏବେ ଚାପରେ ପଡିଛି। ଟିମ୍ ଖେଳାଳି ଏବଂ ପ୍ରଶଂସକଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ପାକିସ୍ତାନ ସରକାର ତତ୍ପରତା ପ୍ରକାଶ କରିଛ
ନ୍ତି ।