


ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ମଣିଷମାନଙ୍କ ଶରୀରରେ ଆସିବ ଆଶ୍ଚର୍ଯ୍ୟଜନକ ଶକ୍ତି, ଯାହା କି କଳ୍ପନାର ବାହାରେ ହେବ। ଏ କଥା ବୈଜ୍ଞାନିକମାନେ ସେମାନଙ୍କ ଦୀର୍ଘ ଗବେଷଣାର ଆଧାରରେ ଏହା କହିଛନ୍ତି। ଭବିଷ୍ୟତର ମଣିଷମାନେ କିପରି ହେବେ, ସେ ସମ୍ପର୍କରେ ସେମାନେ ଯାହା କହିଛନ୍ତି, ତାହା ଏଠାରେ ଉପସ୍ଥାପନ କରାଯାଉଛି।
ତୃତୀୟ ବିଶ୍ୱଯୁଦ୍ଧ ପରେ ମଣିଷ ସୁପରହିରୋ ହୋଇପାରିବ କି ? ବୈଜ୍ଞାନିକମାନେ କହିଛନ୍ତି ଯେ ଯୁଦ୍ଧ ମଣିଷର ମନ ଏବଂ ଶରୀରରେ ଏକ ଆଶ୍ଚର୍ଯ୍ୟଜନକ ଜେନେଟିକ୍ ରିଭୋଲ୍ୟୁସନ୍ ତଥା ଜୈବିକ ବିପ୍ଳବ ସୃଷ୍ଟି କରିପାରେ।
ତୃତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ବିଶ୍ୱ
…………………………………………………
ଏ ବିଶ୍ୱ ପୂର୍ବରୁ ଦୁଇଟି ବିଶ୍ୱଯୁଦ୍ଧ ଦେଖିସାରିଛି,। ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪ ରୁ ୧୯୧୮) ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯ ରୁ ୧୯୪୫) ଯାଏ ଚାଲିଥିଲା ୟ, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଏହା କେବଳ ବିନାଶ ଆଣିବ ନାହିଁ; ବରଂ ମାନବ ବିକାଶର ଦିଗକୁ ମଧ୍ୟ ବଦଳାଇଦେଇପାରେ। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହା ଆମ ଜିନ୍ରେ ବଡ଼ ପରିବର୍ତ୍ତନ ଆଣିପାରେ। ମଣିଷ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଅଦ୍ଭୁତ ପ୍ରକାରର ହୋଇପାରିବ।
ମଣିଷ ସୁପର୍ ହିରୋ ପରି ହୋଇପାରେ
……………………………………………………………….
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଟିମ୍ କୁଲସନ୍ ବିଶ୍ୱାସ କରନ୍ତି ଯେ ଯୁଦ୍ଧ ପରେ ମଣିଷ ସୁପର ହିରୋ ଭଳି ହୋଇପାରିବ। ସେମାନଙ୍କ ଶରୀରର ଚର୍ମ ବୁଲେଟ ପ୍ରୁଫ୍ ସମାନ ହୋଇପାରେ ଏବଂ ସେମାନଙ୍କ ଶରୀରରେ ଜନ୍ମଗତ ଲଢ଼େଇ କ୍ଷମତା ଆସିପାରେ। ଅର୍ଥାତ୍ ସେହି ଆଗାମୀ ଯୁଦ୍ଧ ପରର ମଣିଷ କୌଣସି ଚଳଚିତ୍ରର ଚରିତ୍ର ଠାରୁ କମ୍ ଦେଖାଯିବେ ନାହିଁ।
ତୃତୀୟ ବିଶ୍ୱଯୁଦ୍ଧର ଧ୍ୱଂସଲୀଳା
………………………………………….
ତୃତୀୟ ବିଶ୍ୱଯୁଦ୍ଧର ଧ୍ୱଂସଲୀଳା ପରେ ମଣିଷ ବଞ୍ଚିବା ପାଇଁ ନୂତନ ଶକ୍ତି ପାଇପାରେ। ତୀକ୍ଷ୍ଣ ବୁଦ୍ଧିମତା, ଶକ୍ତିଶାଳୀ ଶରୀର ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ମଣିଷ ନିଜକୁ ପୁନର୍ବାର ଛିଡା କରାଇପାରିବ। ଏପରି କି ସେମାନେ ହାଇପର୍ ଇଣ୍ଟେଲିଜେନ୍ସ ତଥା'ଅତି ବୁଦ୍ଧିମତା' ମଧ୍ୟ ହାସଲ କରିପାରନ୍ତି।
ବୁଲେଟ୍ ପ୍ରୁଫ୍ ଶରୀର
……………………………
ପ୍ରଫେସରଙ୍କ ଦାବି ଯେ ମଣିଷ ଶରୀରରେ ଏତେ ବ୍ୟାପକ ପରିବର୍ତ୍ତନ ଆସିପାରେ ଯେ ସେମାନଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଯିବ। ଏହି ସବୁ ପରିବର୍ତ୍ତନଗୁଡ଼ିକ ଆସିବାକୁ ଲକ୍ଷ ଲକ୍ଷ ବର୍ଷ ଲାଗିପାରେ, କିନ୍ତୁ ଏହାର ପ୍ରାରମ୍ଭ ଏବେ ଠାରୁ ହୋଇପାରିବ। ଯୁଦ୍ଧ ଏହାର ଟ୍ରିଗର ଭାବରେ କାର୍ଯ୍ୟ କରିପାରେ। ମଣିଷ ଶରୀର ଗୁଳି ନିରୋଧୀ ହୋଇପାରିବ।
🍀
ଡେଣା ବାହାରି ମଣିଷ ଉଡ଼ିବ
…………………………………….
ଛୋଟ ହେବା ଦ୍ଵାରା, ମଣିଷ ପରିବେଶ ସହିତ ଖାପ ଖୁଆଇ ପାରିବ। ବୈଜ୍ଞାନିକମାନେ କୁହନ୍ତି ଯେ ଆମ ଶରୀରରେ ଡେଣା ବିକଶିତ ହୋଇପାରେ, ଯାହା ଆମକୁ ଉଡ଼ିବାର କ୍ଷମତା ଦେଇଥାଏ। ଏହାର ଅର୍ଥ ହେଉଛି ଭବିଷ୍ୟତରେ ମଣିଷଙ୍କୁ ମଧ୍ୟ ଆକାଶରେ ଉଡ଼ୁଥିବାର ଦେଖାଯାଇପାରେ।
🌟
ଅସମ୍ଭବ ବନିବ ସମ୍ଭବପର
…………………………………………………….
ଏସବୁ ଫିକ୍ସନ୍ ତଥା କାଳ୍ପନିକ କଥା ଲାଗିପାରେ , କିନ୍ତୁ ବିଜ୍ଞାନ ଏହାକୁ ସମ୍ଭବ ବୋଲି ଭାବୁଛି। ଯେତେବେଳେ ବି ବିଶ୍ୱ କୌଣସି ସଙ୍କଟର ସମ୍ମୁଖୀନ ହୋଇଛି, ବିକାଶର ଗତି ବଦଳିଛି। ତୃତୀୟ ବିଶ୍ୱଯୁଦ୍ଧ ଏହି ପରି କିଛି ଅସମ୍ଭବକୁ ସମ୍ଭବ କରିପାରେ।
ନୂତନ ମାନବ ପ୍ରଜାତିର ସୃଷ୍ଟି
……………………………..
ଯୁଦ୍ଧ ପରେ ମଣିଷକୁ ପୁଣି ଥରେ ବଞ୍ଚିବାକୁ ଏବଂ ସମାଜ ଗଠନ କରିବାକୁ ପଡିବ। ଏପରି ପରିସ୍ଥିତିରେ ସେମାନଙ୍କ ଚିନ୍ତାଧାରା, ଶରୀର ଏବଂ ଆଚରଣରେ ଗଭୀର ପରିବର୍ତ୍ତନ ଆସିପାରେ। ଏହି ପରିବର୍ତ୍ତନ ଭବିଷ୍ୟତରେ ଏକ ନୂତନ ମାନବ ପ୍ରଜାତିକୁ ଜନ୍ମ ଦେଇପାରେ।
କେବଳ ବିକୀରଣ ହିଁ ବିକୀରଣ
…………………………………
ପରିବର୍ତ୍ତନଶୀଳ ଜଳବାୟୁ, ରେଡିଏସନ୍ ତଥା ବିକୀରଣ ଏବଂ କଠୋର ପରିସ୍ଥିତି ମଣିଷକୁ ପରିବର୍ତ୍ତିତ ପରିବେଶ ସହିତ ଖାପ ଖୁଆଇବାକୁ ବାଧ୍ୟ କରିବ। ଏହି ପରିବର୍ତ୍ତନଗୁଡ଼ିକ ଜେନେଟିକ୍ ତଥା ଜୈବିକ ହେବ ଏବଂ ପରବର୍ତ୍ତୀ ପିଢ଼ିରେ ଅଧିକ ପ୍ରଖର ହେବ। ଏହାର ଅର୍ଥ ହେଉଛି ଯେ ସେତେବେଳର ମଣିଷ ବର୍ତ୍ତମାନର ମଣିଷ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଇପାରେ।
ଇତିହାସ ଏକ ବଡ ମୋଡ଼ ନେବ
………………………………….
ବୈଜ୍ଞାନିକମାନେ ଆହୁରି କହିଛନ୍ତି ଯେ ଉକ୍ତ ସମୟ ମାନବ ଇତିହାସରେ ଏକ ପ୍ରମୁଖ ମୋଡ଼ ନେଇପାରେ। ମଣିଷ ସେତେବେଳେ ଯୁଦ୍ଧର ବିଭୀଷିକା କାରଣରୁ ଆଜିର ଟେକ୍ନୋଲୋଜି ତଥା ପ୍ରଯୁକ୍ତିବିଦ୍ୟାକୁ ଭୁଲିଯାଇପାରେ , କିନ୍ତୁ ଏହାକୁ ପୁନଃପ୍ରାପ୍ତ କରିବାର ପ୍ରବଳ ଇଚ୍ଛାଶକ୍ତି ମଣିଷକୁ ଅଧିକ ବୁଦ୍ଧିମାନ କରିପାରିବ। ଏହିଠାରୁ ହିଁ ଏକ ନୂତନ ସଭ୍ୟତାର ମୂଳଦୁଆ ପଡିବ।
ମଣିଷ ଏକ ନୂତନ ରୂପରେ ଜନ୍ମ ନେବ
……………………………………………
ସାମଗ୍ରିକ ଭାବରେ, ତୃତୀୟ ବିଶ୍ୱଯୁଦ୍ଧ ପରେ ମଣିଷ କେବଳ ବଞ୍ଚି ରହିବନାହିଁ, ବରଂ ଏକ ନୂତନ ରୂପରେ ଆବିର୍ଭୂତ ହୋଇପାରେ। ଭବିଷ୍ୟତର ଚ୍ୟାଲେଞ୍ଜ ସହିତ ଲଢ଼ିବା ପାଇଁ ମଣିଷର ଏହି ନୂତନ ସ୍ଵରୂପ ଆବିର୍ଭୂତ ହେବ। ସେତେବେଳେ ଏହା ହୋଇପାରେ ଯେ ଆମେ ନିଜକୁ ଚିହ୍ନି ନ ପାରୁ।