
ବିହାରରେ ପୋଲିସ ଡି,ଏସ୍,ପି, ପଦବୀ ଚାକିରୀ ଦେଢ କୋଟି ଟଙ୍କାରେ ବିକ୍ରି ହେଉଛି। ଏଣୁ ବିପିଏସସି ତଥା ବିହାର ପବ୍ଲିକ ସର୍ଭିସ କମିଶନକୁ ରଦ୍ଧ କରାଯିବା ପାଇଁ ଦାବି ଜୋରଦାର ହୋଇଛି ।ଏହାର ପ୍ରତିବାଦରେ ୩ୟ ଦିନରେ ଆମରଣ ଅନଶନ ଜାରି ରଖିଛନ୍ତି ଜନସ୍ବରାଜ ଦଳର ମୁଖ୍ୟ ପ୍ରଶାନ୍ତ କିଶୋର । ପାଟନା ଗାନ୍ଧୀ ମଇଦାନରେ ଚାଲିଛି ଅନଶନ ଏବଂ ଧାରଣା ପ୍ରଦର୍ଶନ ।
ଏହା ଭିତରେ ବିହାର ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଶାନ୍ତ । ସେ କହିଛନ୍ତି ରାଜ୍ୟରେ ଟଙ୍କା ବଦଳରେ ମିଳୁଛି ବଡ ବଡ ଚାକିରୀ । ବିକ୍ରି ହୋଇସାରିଛି ବିପିଏସସି । ରାଜ୍ୟ ସରକାରଙ୍କ ଜାଣତରେ ବଡ ବଡ ଡିଲ ହେଉଛି ଓ ଏଠାରେ ଦେଢ଼କୋଟି ଟଙ୍କାରେ ମିଳୁଛି ଡିଏସପି ପଦବୀ । ବିହାର ଲୋକ ସେବା ଆୟୋଗ(ବିପିଏସ୍ସି) ପରୀକ୍ଷାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି ।
ଏସବୁ ମଧ୍ୟରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଗୁରୁବାର ଆମରଣ ଅନଶନ ଆରମ୍ଭ କରିଛନ୍ତି। ବିପିଏସ୍ସି ପ୍ରିଲିମ୍ ପରୀକ୍ଷା ରଦ୍ଦ ଲାଗି ରାଜ୍ୟର ଛାତ୍ରୀଛାତ୍ର ଦାବି କରୁଥିବା ସତ୍ତ୍ୱେ ତାହା ହେଉ ନ ଥିବା ଜବାବରେ ସେ ଅନଶନରେ ବସିଥିବା ଜଣାପଡ଼ିଛି । ବିପିଏସ୍ସି ଛାତ୍ରମାନଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ନେଇ ପ୍ରଶାନ୍ତ କିଶୋର କହିଛନ୍ତି, ବିହାର ସରକାର ଅହଙ୍କାରୀ । ମୁଁ ତାଙ୍କୁ ବିରୋଧ କରୁଛି ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଛାତ୍ରୀଛାତ୍ରଙ୍କୁ ଭେଟିବା ଉଚିତ ବୋଲି ମନେ କଲେ ନାହିଁ, ହେଲେ ଛାତ୍ରମାନେ ଆନ୍ଦୋଳନରୁ ହଟିବାକୁ ସହମତି ପ୍ରକାଶ କରିଛନ୍ତି। ଯେତେବେଳେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ପରୀକ୍ଷା ଆୟୋଜନ କରାଯାଇପାରିବ ନାହିଁ, ସେତେବେଳେ ଆମ ଭଳି ଲୋକଙ୍କ ଲାଗି କେବଳ ଗୋଟିଏ ରାସ୍ତା, ଏଣୁ ମୁଁ ଅନିଶ୍ଚିତକାଳ ପାଇଁ ଅନଶନ କରିବାକୁ ଯାଉଛି ବୋଲି ସେ କହିଛନ୍ତି । ପ୍ରଶାନ୍ତ କିଶୋର ଏହି ଘୋଷଣା ଐତିହାସିକ ଗାନ୍ଧୀ ମଇଦାନରେ କରିଛନ୍ତି ।
ସେ ନିଜର ଅନଶନ ନେଇ କହିଛନ୍ତି ଯେ, ମୋର ଦାବିରେ ପରୀକ୍ଷା ରଦ୍ଦ କରିବା ଏବଂ ନୂଆ ପଦ୍ଧତିରେ ପରୀକ୍ଷା ଆୟୋଜିତ କରିବା ସାମିଲ ଅଛି । ୭୦ ତମ ବିପିଏସସିର ପ୍ରିଲିମ ପରୀକ୍ଷା ରଦ୍ଦ ଦାବିରେ ଗାନ୍ଧୀ ମୈଦାନରେ ପ୍ରଶାନ୍ତଙ୍କ ଆମରଣ ଅନଶନରେ ଜନସ୍ବରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ନୀତୀଶ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ ଏହା ସବୁଠୁ ବଡ଼ ଦୁର୍ନୀତି । ଏଥିସହ ସରକାର ଦାବି ନଶୁଣିଲା ଯାଏ ଅନଶନରୁ ନଉଠିବାକୁ ଚେତାବନୀ ସେ ଦେଇଛନ୍ତି ।