


ଆଲେଖ୍ୟ – ଜବାହର ମିଶ୍ର
ଅଧ୍ୟାତ୍ମ ବିଜ୍ଞାନୀ, ବରିଷ୍ଠ ସାମ୍ବାଦିକ
ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ବିଶେଷ ଭୂମିକା ଥିଲା। ସେ ଅର୍ଜୁନଙ୍କ ରଥର ସାରଥୀ ତ ଥିଲେ, କିନ୍ତୁ ପ୍ରକୃତରେ ସେ ଥିଲେ ମୁଖ୍ୟ ସୂତ୍ରଧର, ରଣନୀତିକାର ଏବଂ ସମଗ୍ର ଯୁଦ୍ଧକୁ ନିଜ ଢଙ୍ଗରେ ପରିଚାଳନା କରିଥିବା ବ୍ୟକ୍ତି। ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୁଇ ଥର ନିଜର ତୃତୀୟ ଚକ୍ଷୁ ଖୋଲିବାକୁ ପଡ଼ିଥିଲା , ଯାହା ଫଳରେ ପାଣ୍ଡବମାନେ ସେମାନଙ୍କ ଉପରେ ଆସୁଥିବା ଘୋର ବିପର୍ଯ୍ୟୟରୁ ରକ୍ଷା ପାଇଥିଲେ। ଯୁଦ୍ଧ ପରେ ପରେ ମଧ୍ୟ ଆଉ ଥରେ ଶ୍ରୀକୃଷ୍ଣ ତାଙ୍କର ତୃତୀୟ ନେତ୍ର ଖୋଲି ପାଣ୍ଡବମାନଙ୍କର ବଂଶ ରକ୍ଷା କରିଥିଲେ।ସେହି
ତିନୋଟି ଘଟଣା କ’ଣ ଥିଲା?
ଏ ସମ୍ପର୍କରେ ଏଠାରେ ସମ୍ୟକ୍ ଆଲୋଚନା କରାଯାଉଛି।
କର୍ଣ୍ଣ ପର୍ବରେ କୃଷ୍ଣ ତାଙ୍କର ତୃତୀୟ ନେତ୍ର ଖୋଲିବାର ଏକ ପ୍ରସଙ୍ଗ ଆସେ, ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ବିରାଟ ରୂପ ଦେଖାନ୍ତି। ଯଦିଓ ଏହି ଘଟଣାଟି ମହାଭାରତର ମୂଳ ସଂସ୍କରଣରେ ସିଧାସଳଖ ଉଲ୍ଲେଖ ନାହିଁ, କିନ୍ତୁ ଏହା କିଛି ଲୋକପ୍ରିୟ କଥା ଏବଂ ଭାଗବତ ପରମ୍ପରାରେ ଉଲ୍ଲେଖିତ ଅଛି।
ଯାହା ଫଳରେ ଅର୍ଜୁନଙ୍କ ଠାରେ ଯୁଦ୍ଧ ନ ଲଢିବା ନେଇ ଯେଉଁ ଉଦାସୀନତା ଦେଖାଦେଇଥିଲା, ତାହା ଦୂରୀଭୂତ ହୋଇଥିଲା ଏବଂ ଅର୍ଜୁନ ଗାଣ୍ଡିବ ଧନୁ ଉଠାଇ ଯୁଦ୍ଧର ନିର୍ଣ୍ଣାୟକ ପରିଣାମ ପାଣ୍ଡବଙ୍କ ସପକ୍ଷରେ ଆଣିଥିଲେ। ଶ୍ରୀକୃଷ୍ଣ ତାଙ୍କ ତୃତୀୟ ନେତ୍ର ଖୋଲି ତାହାର ଦିବ୍ୟ ଆଭା ଅର୍ଜୁନଙ୍କ ଠାରେ ପ୍ରବେଶ କରାଇଥିଲେ। ଯାହା ଫଳରେ ଅର୍ଜୁନଙ୍କ ଦୃଷ୍ଟି ଶକ୍ତି ଅତି ସୂକ୍ଷ୍ମାତିସୂକ୍ଷ୍ମ ହେବାରୁ ସେ ଭଗବାନଙ୍କ ବିରାଟ ରୂପର ଦର୍ଶନ କରିପାରିଥିଲେ।ଅଥଚ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଅନ୍ୟମାନେ ସୂକ୍ଷ୍ମ ଦୃଷ୍ଟିଶକ୍ତି ଅଭାବରୁ ଭଗବାନଙ୍କ ଦିବ୍ୟରୂପ ର ଦର୍ଶନ କରିପାରିନଥିଲେ।
ଭଗବାନ ଦ୍ଵିତୀୟ ଥର ତାଙ୍କର ତ୍ରିନେତ୍ର ଖୋଲିଲେ, ଯେତେବେଳେ କର୍ଣ୍ଣ ଏବଂ ଅର୍ଜୁନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥିଲା, କର୍ଣ୍ଣଙ୍କ ପାଖରେ ଇନ୍ଦ୍ରଙ୍କ ଦ୍ୱାରା ପ୍ରଦତ୍ତ ଏକ ଶକ୍ତିଶାଳୀ ଅସ୍ତ୍ର ଥିଲା, ଯାହାକୁ ସେ ଅର୍ଜୁନଙ୍କ ଉପରେ ବ୍ୟବହାର କରିବାକୁ ଯାଇଥିଲେ। କୃଷ୍ଣ ଜାଣିଥିଲେ ଯେ ଏହି ଅସ୍ତ୍ର ଅର୍ଜୁନଙ୍କ ପାଇଁ ଘାତକ ହୋଇପାରେ। କୁହାଯାଏ ଯେ କୃଷ୍ଣ ତା’ପରେ ତାଙ୍କର ତୃତୀୟ ନେତ୍ର ଖୋଲିଥିଲେ, ଯାହାକୁ ଦିବ୍ୟ ଚକ୍ଷୁ କୁହାଯାଏ। ଏହି ଆଖି ଖୋଲିବା ମାତ୍ରେ ଏକ ଅତି ଉଜ୍ଜ୍ୱଳ ଆଲୋକ ବାହାରି ଆସିଲା। ଏହା ଫଳରେ କର୍ଣ୍ଣଙ୍କ ଲକ୍ଷ୍ୟ ପ୍ରତି ଧ୍ୟାନ ଭାଙ୍ଗିଗଲା।
ଅର୍ଜୁନ ସେହି ମୁହୂର୍ତ୍ତର ସୁଯୋଗର ବ୍ୟବହାର କଲେ
କର୍ଣ୍ଣଙ୍କ ଧ୍ୟାନ ଭଙ୍ଗର ସୁଯୋଗ ନେଇ ଅର୍ଜୁନ କର୍ଣ୍ଣଙ୍କ ଉପରେ ପ୍ରତିଆକ୍ରମଣ କଲେ ଏବଂ ତାଙ୍କର ବଧ କଲେ। ଯଦି କର୍ଣ୍ଣ ସେହି ଦିବ୍ୟାସ୍ତ୍ରର ବ୍ୟବହାର କରିଥାଆନ୍ତେ, ତେବେ ହୁଏତ ଅର୍ଜୁନ ରକ୍ଷା ପାଇନଥାଆନ୍ତେ। କୃଷ୍ଣଙ୍କର ତୃତୀୟ ନେତ୍ର ବିଶ୍ୱ ଶକ୍ତି ଏବଂ ଦିବ୍ୟ ଜ୍ଞାନର ପ୍ରତୀକ। ଏହି ଘଟଣାରେ କୃଷ୍ଣ ତାଙ୍କର ବିଷ୍ଣୁ ରୂପର ଆଭାସ ଦେଇଥିଲେ, ଯାହା ଦ୍ୱାରା କି କର୍ଣ୍ଣଙ୍କ ସମେତ ସମସ୍ତ ଯୋଦ୍ଧା ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଯଦିଓ ଅର୍ଜୁନ ପୂର୍ବରୁ ଏହା ଜାଣିଥିଲେ, କିନ୍ତୁ ଏହାକୁ ସେ ଏତେ ଗଭୀରତାର ସହିତ ବୁଝିଥିଲେ।ଏବେ ସେ ଦୃଢ଼ ଭାବରେ ବୁଝିପାରିଲେ ଯେ କୃଷ୍ଣ କେବଳ ଜଣେ ସାରଥୀ ନୁହଁନ୍ତି,ବରଂ ସେ ସ୍ୱୟଂ ପରମେଶ୍ୱର ଅଟନ୍ତି।
ଅଶ୍ୱତ୍ଥାମାଙ୍କ ବିରୁଦ୍ଧରେ ଭଗବାନ ତୃତୀୟ ନେତ୍ର ଖୋଲିଥିଲେ
। ମହାଭାରତ ଯୁଦ୍ଧ ଅବସରରେ ଅଶ୍ୱତ୍ଥାମା ଏବଂ କୃଷ୍ଣଙ୍କ ମଧ୍ୟରେ ଏପରି ଏକ ଘଟଣା ଘଟେ, ଯେଉଁଠାରେ କିଛି କଥାରେ କୃଷ୍ଣ ତାଙ୍କର ତୃତୀୟ ନେତ୍ର ଖୋଲିଥିଲେ। ଏହି ଘଟଣା ସୌପ୍ତିକ ପର୍ବ (ରାତ୍ରି ହତ୍ୟାକାଣ୍ଡ) ପରେ ଘଟିଥିଲା, ଯେତେବେଳେ ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ପ୍ରୟୋଗ କରି ପାଣ୍ଡବ ବଂଶକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଅଶ୍ୱତ୍ଥାମା ପାଣ୍ଡବ ଶିବିରରେ ପ୍ରବେଶ କରି ଶିଖଣ୍ଡି ଏବଂ ପାଞ୍ଚ ପାଣ୍ଡବ ପୁତ୍ରଙ୍କୁ ହତ୍ୟା କଲେ। ତା’ପରେ ସେ ସେଠାରୁ ଖସି ପଳାଇଗଲେ।
ଶ୍ରୀକୃଷ୍ଣ ପାଣ୍ଡବ ବଂଶକୁ ରକ୍ଷା କଲେ
ଯେତେବେଳେ କୃଷ୍ଣ ଏବଂ ପାଣ୍ଡବମାନେ ତାଙ୍କୁ ଖୋଜି ପାଇଲେ, ସେ ଉତ୍ତରାଙ୍କ ଗର୍ଭରେ ବଢ଼ୁଥିବା ପରିକ୍ଷିତଙ୍କୁ ହତ୍ୟା କରିବା ପାଇଁ ବ୍ରହ୍ମାସ୍ତ୍ର ବ୍ୟବହାର କଲେ। ଯଦି ଏହା ସଠିକ୍ ଲକ୍ଷ୍ୟସ୍ଥଳରେ ଆଘାତ କରିଥାଆନ୍ତା, ତେବେ ପାଣ୍ଡବ ଆଗାମୀ ବଂଶ ଧ୍ୱଂସ ହୋଇଯାଇଥାଆନ୍ତା। ଶ୍ରୀକୃଷ୍ଣ ଏହି ଗର୍ଭକୁ ରକ୍ଷା କରିବା ପରେ ଉତ୍ତରାଙ୍କ ଗର୍ଭରୁ ପରୀକ୍ଷିତ ଜନ୍ମଗ୍ରହଣ କରିଥିଲେ, ଯିଏ ପରେ ହସ୍ତିନାପୁରର ରାଜା ହୋଇଥିଲେ।
ଯଦି ଭଗବାନ ଶ୍ରୀକୃଷ୍ଣ ସେତେବେଳେ ତାଙ୍କର ତୃତୀୟ ନେତ୍ର ଖୋଲି ଅଶ୍ୱତ୍ଥାମାଙ୍କ ବ୍ରହ୍ମାସ୍ତ୍ରକୁ ରୋକିନଥାଆନ୍ତେ, ତେବେ ଗର୍ଭରେ ବଢ଼ୁଥିବା ପାଣ୍ଡବମାନଙ୍କର ଶେଷ ବଂଶଧର ଧ୍ୱଂସ ପାଇଯାଇଥାଆନ୍ତେ।
ଏଣୁ ଏହାକୁ ରୋକିବା ପାଇଁ କୃଷ୍ଣଙ୍କୁ ତାଙ୍କର ତୃତୀୟ ନେତ୍ର ଖୋଲିବାକୁପଡିଲା। ଯେତେବେଳେ କୃଷ୍ଣ ଅଶ୍ୱତ୍ଥାମାଙ୍କ ବ୍ରହ୍ମାସ୍ତ୍ରକୁ ରୋକିବା ପାଇଁ ତାଙ୍କର ତୃତୀୟ ନେତ୍ର ଖୋଲିଲେ, ସେତେବେଳେ ସେହି ତୃତୀୟ ନେତ୍ରରୁ ଉତ୍ସର୍ଜ୍ଜିତ ବିଶାଳ ଉର୍ଜା ଶକ୍ତି ଯୋଗୁ ପୃଥିବୀ କମ୍ପିଉଠିଥିଲା। ହରିବଂଶ ପୁରାଣ ଏବଂ ଆଞ୍ଚଳିକ ଲୋକକଥା ସହିତ ମହାଭାରତ ମଧ୍ୟ ବର୍ଣ୍ଣନା କରେ ଯେ କୃଷ୍ଣ ତାଙ୍କର ଦିବ୍ୟ ଶକ୍ତି ପ୍ରକଟ କରି ତୃତୀୟ ନେତ୍ର ଖୋଲିଥିଲେ। ନରକାସୁରକୁ ବଧ କରିବା ପାଇଁ ମଧ୍ୟ କୃଷ୍ଣ ତାଙ୍କର ତୃତୀୟ ନେତ୍ର ଖୋଲିଥିଲେ। ଶ୍ରୀକୃଷ୍ଣ ବିଶେଷ ପ୍ରୟୋଜନ କାରଣରୁ ମୋଟ ଚାରି ଥର ତାଙ୍କର ତୃତୀୟ ନେତ୍ର ଖୋଲିଥିଲେ। ସେଥିମଧ୍ୟରୁ କେବଳ ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ୩ ଥର ତାଙ୍କର ତୃତୀୟ ନେତ୍ର ଖୋଲି ପାଣ୍ଡବମାନଙ୍କୁ ରକ୍ଷା କରିଥିଲେ। ଶ୍ରୀକୃଷ୍ଣଙ୍କ ତୃତୀୟ ନେତ୍ରରୁ ନିର୍ଗତ ମହାଜାଗତିକ ଶକ୍ତି ଅଶ୍ୱତ୍ଥାମାଙ୍କ ବ୍ରହ୍ମାସ୍ତ୍ରକୁ ନିଷ୍କ୍ରିୟ କରିଦେଇଥିଲା। ଏହା ପରେ ଅଶ୍ୱତ୍ଥାମା ଆତ୍ମସମର୍ପଣ କଲେ। ସେ ତାଙ୍କର କପାଳ ମଣି କୃଷ୍ଣଙ୍କୁ ଦେଇ ସେଠାରୁ ଚାଲିଗଲେ। ତଥାପ ସେହି ସମୟରେ ସେ ଅଭିଶାପ ମଧ୍ୟ ପାଇଲେ ଯେ ସେ କେବେ ବି ମୋକ୍ଷ ପ୍ରାପ୍ତ କରିପାରିବେ ନାହିଁ। ସେ ପୃଥିବୀରେ ଚିରଦିନ ପାଇଁ ଭ୍ରମଣ କରିବେ।
କୃଷ୍ଣ ତାଙ୍କର ତୃତୀୟ ନେତ୍ର କାହିଁକି ବନ୍ଦ ରଖୁଥିଲେ ?
ଭଗବାନ ଶ୍ରୀକୃଷ୍ଣ ତାଙ୍କର ତୃତୀୟ ନେତ୍ର (ଦିବ୍ୟ ଚକ୍ଷୁ) ବନ୍ଦ ରଖିବା ପଛରେ ଗଭୀର ଆଧ୍ୟାତ୍ମିକ ଏବଂ ଲୌକିକ କାରଣ ଥିଲା। କୃଷ୍ଣଙ୍କ ତୃତୀୟ ନେତ୍ର ବ୍ରହ୍ମାଣ୍ଡୀୟ ଶକ୍ତି, ଜ୍ଞାନ ଏବଂ ବିନାଶକ ଶକ୍ତିର ପ୍ରତୀକ। ଏହାକୁ ଶିବଙ୍କ ତୃତୀୟ ନେତ୍ର (ଜ୍ଞାନ ଏବଂ ପ୍ରଳୟର ଉତ୍ସ) ଏବଂ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର (ସଂହାରକ ଶକ୍ତି)ର ମିଶ୍ରଣ ବୋଲି ବିବେଚନା କରାଯାଏ । କୃଷ୍ଣଙ୍କ ତୃତୀୟ ନେତ୍ର ଅନିୟନ୍ତ୍ରିତ ବିନାଶ ଆଣିବାରେ ସମର୍ଥ ଥିଲା। ଯେପରି ଶିବଙ୍କ ତୃତୀୟ ନେତ୍ର ଖୋଲିବା ଦ୍ୱାରା ପ୍ରଳୟ ଆସୁଥିଲା, ସେହିପରି ଶ୍ରୀକୃଷ୍ଣଙ୍କର ତ୍ରିନେତ୍ର ସବୁବେଳେ ଖୋଲା ରହିଥିଲେ କୃଷ୍ଣଙ୍କ ଏହି ନେତ୍ରଶକ୍ତି ମୁହୂର୍ତ୍ତକ ମଧ୍ୟରେ ସମଗ୍ର ବ୍ରହ୍ମାଣ୍ଡକୁ ଧ୍ୱଂସ କରିଦେଇଥାଆନ୍ତା। ଯଦି କୃଷ୍ଣ ସର୍ବଦା ତାଙ୍କର ତୃତୀୟ ନେତ୍ର ଖୋଲା ରଖିଥାଆନ୍ତେ, ତେବେ ତାଙ୍କର ଏହି ନେତ୍ରୀୟ ଦିବ୍ୟତା ମଣିଷଙ୍କ ପାଇଁ ଅସହ୍ୟ ହୋଇଥାଆନ୍ତା। ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟଙ୍କୁ ଏହା ଶିଖାଇଥିଲେ ଯେ ଶକ୍ତିର ଦୁରୂପଯୋଗ କରିବା ଉଚିତ୍ ନୁହେଁ।