
ନିୟନ୍ତ୍ରିତ ସୀମାରେଖାରେ ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ପାକିସ୍ତାନୀ ସେନାର ସୈନିକ ଏବଂ ଅଧିକାରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ କ୍ରମାଗତ ଭାବରେ ଚାକିରୀରୁ ଇସ୍ତଫା ଦେବାରେ ଲାଗିଛନ୍ତି। ଅଧିକାଂଶ ସୈନିକ ଏବଂ ସେନା ଅଫିସର୍ ସେମାନଙ୍କ ପରିବାର ସଦସ୍ୟଙ୍କ ଚାପରେ ଚାକିରୀ ଛାଡି ପଳାଉଛନ୍ତି। ଭାରତର ଆକ୍ରମଣରେ ମୃତ୍ୟୁ ଭୟରେ ସେମାନେ ଚାକିରୀ ଛାଡୁଥିବା ଜଣାଯାଏ । ଗତ ଦୁଇ ଦିନରେ ପ୍ରାୟ ୫ ହଜାରରୁ ଅଧିକ ପାକିସ୍ତାନୀ ସୈନିକ ଏବଂ ଅଧିକାରୀ ନିଜ ପଦବୀରୁ ଇସ୍ତଫା ଦେଇ ଘରକୁ ଫେରିଯାଇଛନ୍ତି। ଏହା ବ୍ୟତୀତ ଆହୁରି ଅନେକ ସୈନିକ ଏବଂ ଅଧିକାରୀ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା କି ପାକ୍ ସେନାରେ ବଡ଼ ଆତଙ୍କ ସୃଷ୍ଟି କରିଛି।
ଅଧିକାରୀମାନେ ସେନା ମୁଖ୍ୟଙ୍କୁ ନିରନ୍ତର ଚିଠି ପଠାଉଛନ୍ତି
ପାକ୍ ସେନାର ଅତି ଉଚ୍ଚ ପଦସ୍ଥ ବରିଷ୍ଠ ଅଧିକାରୀମାନେ ପାକ୍ ସେନା ମୁଖ୍ୟଙ୍କୁ ନିରନ୍ତର ଚିଠି ଲେଖୁଛନ୍ତି। ସେମାନେ ଅନୁରୋଧ କରୁଛନ୍ତି ଯେ ଇସ୍ତଫା ସିରିଜ୍ ବନ୍ଦ କରାଯାଉ, ନଚେତ୍ ସୈନିକମାନଙ୍କର ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗିଯିବ ଏବଂ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବା କଷ୍ଟକର ହୋଇଯିବ। ସୂତ୍ର ଅନୁସାରେ, ପେଶାୱର ସ୍ଥିତ ପାକିସ୍ତାନ ସେନାର ୧୧ତମ କୋର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉମର ବୁଖାରୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଏକ ଚିଠି ଲେଖି ଚେତାବନୀ ଦେଇଛନ୍ତି ଯେ ପଶ୍ଚିମ ସୀମାରେ ନିୟୋଜିତ ୧୨ତମ କୋର୍ପସ ମଧ୍ୟ ସମାନ ସଙ୍କଟର ସମ୍ମୁଖୀନ ହୋଇଛି। ପହେଲଗାଓ ଆକ୍ରମଣ ପରେ ଭୟର ପରିବେଶ ତୀବ୍ର
ପହେଲଗାଓ ଆକ୍ରମଣ ପରେ ପାକିସ୍ତାନୀ ସୈନିକ ଏବଂ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ଅତିଶୟ ଘନୀଭୂତ ହୋଇଛି। ସୂତ୍ର ଅନୁଯାୟୀ ପାକିସ୍ତାନୀ ସୈନିକଙ୍କ ପରିବାର ଫୋନ୍ ମାଧ୍ୟମରେ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ଚାକିରୀ ଛାଡି ଘରକୁ ପଳାଇଆସିବାକୁ କହୁଛନ୍ତି। ପାକିସ୍ତାନରେ ଏକ ସାଧାରଣ ଧାରଣା ସୃଷ୍ଟି ହୋଇଛି ଯେ ଭାରତ ଯେକୌଣସି ସମୟରେ ପ୍ରଚଣ୍ଡ ଆକ୍ରମଣ କରିପାରେ। ଏହି ଭୟ ଯୋଗୁ ସୈନିକଙ୍କ ପରିବାରବର୍ଗ ସେମାନଙ୍କୁ ଘରକୁ ଫେରିଆସିବାକୁ ଚାପ ପକାଉଛନ୍ତି, ଯାହା ଫଳରେ ସେମାନେ ସୁରକ୍ଷିତ ରହିବେ ।
ବର୍ଦ୍ଧିତ ଇସ୍ତଫା ଯୋଗୁ ପାକ୍ ସେନା ଆତଙ୍କିତ
ଇସ୍ତଫା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ଯୋଗୁ ପାକିସ୍ତାନ ସେନାର ଶୀର୍ଷ ଅଧିକାରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୈନିକମାନଙ୍କୁ ଇସ୍ତଫା ଦେବା ପ୍ରୟାସରୁ ରୋକିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି। କିନ୍ତୁ ଏହି ଇସ୍ତଫା ଧାରା ବନ୍ଦ ହେବାର କୌଣସି ସଙ୍କେତ ଦେଖାଉନାହିଁ। କେତେ ଜଣ ଚାକିରୀ ଛାଡ଼ିଲେଣି ? ଗତ ଦୁଇ ଦିନରେ ପ୍ରାୟ ୨ ଶହ ଅଧିକାରୀ ଏବଂ ପ୍ରାୟ ୬ ଶହ ସୈନିକ ଚାକିରୀ ଛାଡି ଦେଇଛନ୍ତି। ନର୍ଦର୍ଣ୍ଣ କମାଣ୍ଡ ଏରିଆରେ ନିୟୋଜିତ ୧ ଶହରୁ ଅଧିକ ଅଧିକାରୀ ଏବଂ ପ୍ରାୟ ୫ ଶହ ସୈନିକ ଇସ୍ତଫା ଦେଇ ଘରକୁ ଫେରିଯାଇଛନ୍ତି। ନିୟନ୍ତ୍ରଣ ରେଖାରେ ନିୟୋଜିତ ମଙ୍ଗଲ କୋର୍ ର ପ୍ରାୟ ୭୫ ଜଣ ଅଧିକାରୀ ଏବଂ ୫ଶହରୁ ଅଧିକ ସୈନିକ ଇସ୍ତଫା ଦେଇଛନ୍ତି। ଏହି ଧାରା ବନ୍ଦ ହେବାର କୌଣସି ସଙ୍କେତ ଦେଖାଉନାହିଁ। ଅଫିସର୍ ଆଉ ସେନାଙ୍କ ଇସ୍ତଫା ପତ୍ରରେ ଏହା ଉଲ୍ଲେଖ କରାଯାଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଅନେକ ପରିବାରବର୍ଗ ସେମାନଙ୍କ ପିଲାମାନଙ୍କୁ ଚାକିରି ଛାଡି ଚାଲିଆସିବାକୁ ବାଧ୍ୟ କରୁଛନ୍ତି ଯାହାଦ୍ୱାରା ସେମାନେ ସୁରକ୍ଷିତ ଭାବରେ ଘରକୁ ଫେରିପାରିବେ।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେନା ମୁଖ୍ୟଙ୍କୁ ନିବେଦନ
ପତ୍ର ମାଧ୍ୟମରେ ପାକିସ୍ତାନ ସେନା ମୁଖ୍ୟଙ୍କୁ ଯଥାଶୀଘ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅନୁରୋଧ କରାଯାଇଛି, ଯାହା ଦ୍ଵାରା ସୈନିକମାନଙ୍କର ମନୋବଳ ଅକ୍ଷୁର୍ଣ୍ଣ ରହିବ। ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ କିମ୍ବା କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ ବର୍ତ୍ତମାନର ପରିସ୍ଥିତିରେ ପାକିସ୍ତାନ ସେନା କିଛି କରିପାରିବା ସ୍ଥିତିରେ ରହିବ ନାହିଁ। ମନୋବଳ ବୃଦ୍ଧି କରିବା ଏବଂ ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଅଛି ବୋଲି ଉଚ୍ଚ ଅଧିକାରୀମାନେ ପତ୍ରରେ ଉଲ୍ଲେଖ କରିଛନ୍ତି।
ଏ ଭୟର ଆତଙ୍କ କେବଳ ପାକ୍ ସେନା ଅଫିସର ଆଉ ସୈନିକଙ୍କୁ ଘାରିନାହିଁ , ଖୋଦ୍ ସେନା ମୁଖ୍ୟ ଆସିଫ୍ ମୁନୀର, ଅନ୍ୟ ଉଚ୍ଚ ପଦସ୍ଥ ସେନା ଅଫିସର, ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଏବଂ ନେତା ମନ୍ତ୍ରୀ ମଧ୍ୟ ଭାରତର ସମ୍ଭାବ୍ୟ ଆକ୍ରମଣ ନେଇ ଏବେ ଠାରୁ ଏତେ ଭୟଭୀତ ହୋଇପଡିଛନ୍ତି ଯେ ସେମାନେ ସେମାନଙ୍କର ପିଲା ଛୁଆଙ୍କ ସମେତ ସମସ୍ତ ପରିବାର ସଦସ୍ୟଙ୍କୁ ଆମେରିକା, ବ୍ରିଟେନ ଏବଂ କାନାଡା ଇତ୍ୟାଦି ବିଦେଶୀ ରାଷ୍ଟ୍ରକୁ ପଠାଇଦେଇଛନ୍ତି। ମୁନୀର ଏବଂ ଭୁଟ୍ଟୋ ଗତ ଶନିବାର ଦିନ ସେମାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଆମେରିକା ପଠାଇଦେଇଛନ୍ତି। ଯେଉଁଠି ସେନା ମୁଖ୍ୟ, ବଡ଼ ବଡ ସେନା ଅଧିକାରୀ ଆଉ ନେତା ମନ୍ତ୍ରୀଏତେ ଭୟଭୀତ, ସେଠାରେ ସାମାନ୍ୟ ସୈନିକଙ୍କ କଥା କଣ କୁହାଯିବ।