
ସହଦେଵ ନାୟକ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ ପରେ ଗିରଫ କଲା ପୋଲିସ । ଆଜି ଦିନ ୧୧ ଟା ରେ ଥାନାରେ ଆତ୍ମସମର୍ପଣ କରିଛି ରମା । ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସହଦେଵ ନାୟକଙ୍କ ମୃତ୍ୟୁ ହୋଇଥିଲା ।
ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଦୁର୍ବୁର୍ତ୍ତ । ପୋଲିସ ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି କରି ଧାରଣାରେ ବସିଥିଲେ ସହଦେବଙ୍କ ପତ୍ନୀ । ମୁଖ୍ୟ ଅଭିଯୁକ୍ତ ଗିରଫ ନହେଲେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ । ୪୦ ଦିନ ପରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି । ଖୁବଶୀଘ୍ର ଅଭିଯୁକ୍ତ ଜଣଙ୍କୁ କୋର୍ଟଚାଲାଣ କରାଯିବ ।