

ଆଲେଖ୍ୟ – ଜବାହର ମିଶ୍ର
ଅଧ୍ୟାତ୍ମ ବିଜ୍ଞାନୀ – ବରିଷ୍ଠ ସାମ୍ବାଦିକ
……………………………………………………………………
ମାନବୀୟ ଶିଶୁ ସନ୍ତାନ ମାତୃ ଗର୍ଭରେ ୪ ମାସର ହେବାପରେ ତାହାର ଶରୀରର ଆଙ୍ଗୁଠିଗୁଡିକରେ ରେଖା ସବୁ ସୃଷ୍ଟି ହେବା ଆରମ୍ଭ ହୁଏ।
ଏହି ରେଖାଗୁଡ଼ିକ ରେଡିଓଆକ୍ଟିଭ୍ ତରଙ୍ଗ ଆକାରରେ ମାଂସ ଉପରେ ସୃଷ୍ଟି ହେବା ଆରମ୍ଭ କରେ! ଡିଏନଏ (ଜେନେଟିକ୍ସ ତଥା ଆନୁବଂଶିକୀ) ଏହି ତରଙ୍ଗଗୁଡ଼ିକୁ ମଧ୍ୟ ଆକାର ଦିଏ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଗଠିତ ରେଖାଗୁଡ଼ିକ ସମସ୍ତ ପୂର୍ବପୁରୁଷ ଏବଂ ପୃଥିବୀରେ ବର୍ତ୍ତମାନ କାଳରେ ରହୁଥିବା ଅନ୍ୟ ସମସ୍ତ କୋଟି କୋଟି ମଣିଷଙ୍କ ସହିତ ମେଳ ଖାଏ ନାହିଁ! ଅର୍ଥାତ୍ କାହାରି ରେଖା କାହା ସହିତ ସାମାନ୍ୟ ଟିକେ ବି ମିଶେ ନାହିଁ ।
ଅର୍ଥାତ୍ ରେଖା ତିଆରି କରୁଥିବା ସେହି ଐଶୀ ତତ୍ତ୍ଵ ଏପରି ସମୟୋଜନ ରଖନ୍ତି ଯେ ସେ ଏହି ପୃଥିବୀରେ ଶହ ଶହ କୋଟି ସଂଖ୍ୟାରେ ଥିବା ମନୁଷ୍ୟ ଏବଂ ଆଗରୁ ଏ ଧରା ପୃଷ୍ଠାକୁ ଛାଡିକରି ଯାଇଥିବା ହଜାର ହଜାର କୋଟି ସଂଖ୍ୟକ ମନୁଷ୍ୟଙ୍କ ଆଙ୍ଗୁଠିରେ ଥିବା ରେଖାର ସେଫ୍ ଏବଂ ସେଗୁଡ଼ିକର ପ୍ରତ୍ୟେକଟି ଡିଜାଇନ୍ ସହିତ ଭଲ ଭାବେ ପରିଚିତ।
ଏହି କାରଣରୁ ସେହି ପରମ ତତ୍ତ୍ଵ ପ୍ରତ୍ୟେକ ଥର ପ୍ରତ୍ୟେକ ଜଣର ଆଙ୍ଗୁଠିରେ ଏକ ନୂତନ ଶୈଳୀର ଡିଜାଇନ୍ କରି ଏହା ପ୍ରମାଣ କରନ୍ତି ଯେ –
ମୋ ପରି କେହ ସ୍ରଷ୍ଟା ଅଛନ୍ତି କି ?
ମୋ ପରି କେହି ସୂକ୍ଷ୍ମ କାରିଗର ଅଛନ୍ତି କି ?
ମୋ ପରି କେହି କଳାକାର ଅଛନ୍ତି କି ?
ଆଶ୍ଚର୍ଯ୍ୟଜନକ ବିଷୟ ଏହି ଯେ ହାତ ଜଳିଗଲେ,କି ଖଣ୍ଡିଆ ଖାବରା ହେଲେ କି ଅନ୍ୟ କୈାଣସି କାରଣରୁ ଆଙ୍ଗୁଳିର ଲେଖାଗୁଡ଼ିକ ଲିଭିଗଲେ ବି ଗୋଟିଏ ହେଲେ କୋଷର ଅଭାବ ନ ଥାଇ ପୁଣି ପୂର୍ବ ସମାନ ରେଖା ସବୁ ସୃଷ୍ଟି ହୁଏ।
ସମଗ୍ର ବିଶ୍ୱ ଏକାଠି ମିଶିକରି ମଧ୍ୟ ମଣିଷ ଆଙ୍ଗୁଠିରେ ଭିନ୍ନ ଭିନ୍ନ ରେଖା ଥିବା ଫିଙ୍ଗର୍ ପ୍ରିଣ୍ଟ କଦାଚନ ବନେଇପାରିବେନାହି।
ନିଶ୍ଚିତ ରୂପେ କେହି ଜଣେ ଉପରେ ପରମ କାରିଗର ଅଛନ୍ତି, ଯିଏ ଏ ସବୁ ଅତି ନିପୁଣତାର ସହିତ କରୁଛନ୍ତି। ତାଙ୍କ ସହିତ କେହି ସମାନ ହେଇପାରିବ ନାହିଁ। ଏହି ହେଉଛି ନର ଆଉ ନାରାୟଣଙ୍କ ମଧ୍ୟରେ ଆକାଶ ପାତାଳର ତଫାତ୍।
କେବଳ ଏତିକି ନୁହେଁ, ମଣିଷର ଆଙ୍ଗୁଳିରେ ଥିବା ଏହି ଚମତ୍କାରୀତା ପ୍ରମାଣିତ କରେ ଯେ ଏ ସଂସାରରେ ଇଶ୍ୱରଙ୍କ ଅସ୍ତିତ୍ବ ବିଦ୍ୟମାନ ରହିଛି। ଇଶ୍ୱର ବୋଲି କେହି ଦିବ୍ୟ ତତ୍ତ୍ଵ ଅଛନ୍ତି।
ଜୟ ଶ୍ରୀଜଗନ୍ନାଥ