

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାଁ ଗତକାଲି ବୁଧବାର ରାତିରେ ତାଙ୍କ ମୁମ୍ବାଇସ୍ଥିତ ଘରେ ଡ଼କାୟତଙ୍କ ଛୁରା ମାଡରେ ଗୁରୁତର ଭାବେ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲି ରାତି ୨ ଟା ବେଳେ ଏହି ଘଟଣା ଘଟିଥିବା ପ୍ରକାଶ। ତାଙ୍କ ଘରେ ଏକାଧିକ ଚୋର ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ଛୁରା ମାଡରେ ସୈଫଙ୍କ ଗଳାରେ ୧୦ ସେ,ମି,ର ଗଭୀର କ୍ଷତ ସୃଷ୍ଟି ହୋଇଛି। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ଆସି ପହଞ୍ଚିଥିଲା । କିନ୍ତୁ କେହି ଧରାପଡିନାହାନ୍ତି। ଧରପଗଡ ଅଭିଯାନ ଚାଲୁରହିଛି
ତଳେ ଭିଡିଓ ଦେଖନ୍ତୁ