
ଲୋକସଭା ଆସନରସୀମା ନିର୍ଦ୍ଧାରଣକୁ ନେଇ ବୁଧବାର ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ଙ୍କ ନେତୃତ୍ବରେ ୩୫ ଦଳର ବୈଠକ ହୋଇଛି। ଏହି ବୈଠକରେ ଷ୍ଟାଲିନ୍ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଯାହା ଉପରେ ସମସ୍ତେ ଏକମତରୁ ସହମତି ପ୍ରକାଶ କରିଛନ୍ତି। ଏହି ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଗାଯାଇଛି ଯେ, ସୀମା ନିର୍ଦ୍ଧାରଣ ପାଇଁ ୧୯୭୧ ର ଜନଗଣନା ଅନୁପାତକୁ ହିଁ ଆଧାର ବୋଲି ମନେକରାଯାଇଛି।
ଏହାର ଆଧାରରେ ଲୋକସଭା ଆସନ ଧାର୍ଯ୍ୟ କରାଯାଉ ଓ ଏହାର ସୀମା ଆଗାମୀ ୩୦ ବର୍ଷ ପାଇଁ ବଜାୟ ରଖାଯିବ। ପ୍ରସ୍ତାବରେ ଏହା ମଧ୍ୟ କୁହାଯାଇଛି ଯେ, ଦକ୍ଷିଣ ଭାରତ ବ୍ୟତୀତ ଅନ୍ୟ ରାଜ୍ୟକୁ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରୋତ୍ସାହିତ କରାଯାଉ। ଏହି ବୈଠକରେ ମୁଖ୍ୟ ବିରୋଧି ଦଳ ଏଆଇଏଡିଏମକେର ନେତା ମଧ୍ୟ ଉପସ୍ଥିତ ରହିଥିଲେ। ଏହି ପ୍ରସ୍ତାବରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କୁ ସମ୍ବିଧାନରେ ସଂଶୋଧନ କରିବା ଦରକାର ଓ ଏହା ଧାର୍ଯ୍ୟ କରାଯାଉ। ଯଦି ସାଂସଦଙ୍କ ସଂଖ୍ୟା ବଢେ, ତେବେ ଏହାର ଅନୁପାତ ବର୍ତ୍ତମାନ ଭଳି ହିଁ ରହୁ।
ଷ୍ଟାଲିନଙ୍କର ସ୍ପଷ୍ଟ ଦାବି ଥିଲା ଯେ, ଯଦି ନୂଆ ଜନଗଣନା ସଂଖ୍ୟାକୁ ଆଧାର କରି ସୀମା-ନିର୍ଦ୍ଧାରଣ ହୋଇଛି ଓ ଆସନ ବଢେ ତେବେ ଏହାର ଅନୁପାତ ସେଠାରେ ରହୁ। ଯାହାକି ବର୍ତ୍ତମାନ ଜାରି ରହିଛି। ସେ କହିଛନ୍ତି, ତାମିଲନାଡୁ ସହିତ ଦକ୍ଷିଣ ଭାରତ ରାଜ୍ୟ ସହ ଏଭଳି କିଛି ନହେବା ଦରକାର, ଯାହା ଫଳରେ ସେମାନଙ୍କର ଆସନ କମ୍ ହେବ ଓ ରାଜନୈତିକ ଶକ୍ତି ମଧ୍ୟ ହ୍ରାସ ପାଇବ । ଏହି ବୈଠକରେ ବିଜେପି ବ୍ୟତୀତ ୪ଟି ଅନ୍ୟ ଦଳର ନେତା ପହଁଞ୍ଚି ନଥିଲେ।
ବିଜେପି କହିଛି ରାଜ୍ୟରେ ଆଇନ ବ୍ୟବସ୍ଥାର ସ୍ଥିତି ଖରାପ ରହିଛି ଓ ଏଥିରୁ ଧ୍ୟାନ ହଟାଇବା ପାଇଁ ଏମ୍ କେ ଷ୍ଟାଲିନ୍ ସୀମା-ନିର୍ଦ୍ଧାରଣ କାର୍ଡ ଖେଳୁଛନ୍ତି। ବିଜେପିର ପ୍ରଦେଶ ଅଧ୍ୟକ୍ଷ କେ.ଆନ୍ନାମଲାଇ ଓ ହୋମ ମିନିଷ୍ଟର ଅମିତ ଶାହ ଦୋହରାଇ ସାରିଛନ୍ତି ଯେ, ଦକ୍ଷିଣ ଭାରତର ରାଜ୍ୟର ଆସନ କମ୍ ହେବନି।
ଷ୍ଟାଲିନ୍ ଆହୁରି କହିଛନ୍ତି ଯେ, ସାଂସଦଙ୍କ ସଂଖ୍ୟା ବଢିବା ଦ୍ବାରା କୌଣସି ସମସ୍ୟା ନାହିଁ, କିନ୍ତୁ ଆମର ଶକ୍ତିରେ କୌଣସି ଅଭାବ ନରହୁ। ସେ କହିଛନ୍ତି, ଆମର ଏଠାରେ ଲୋକମାନେ ଫ୍ୟାମିଲି ପ୍ଲାନିଙ୍ଗ ତଥା ଜନ୍ମ ନିୟନ୍ତ୍ରଣ କରିଛନ୍ତି। ଏହାପରେ ଆମକୁ ଏହାର ସଜା ମିଳିଲେ ତାହା ଅନ୍ୟାୟ ହେବ। ପ୍ରସ୍ତାବରେ କୁହାଯାଇଛି ଯେ, ସବୁ ରାଜ୍ୟରେ ପରିବାର ନିୟୋଜନକୁ ପ୍ରୋତ୍ସାହନ ଦେବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୦ ରେ ଭରସା ଦେଇଥିଲେ ଯେ, ୧୯୭୧ ର ଜନଗଣନା ସଂଖ୍ୟା ଅନୁସାରେ ହିଁ ସୀମା-ନିର୍ଦ୍ଧାରଣ କରାଯାଉ। ଏବେ ପିଏମ୍ ମୋଦିଙ୍କୁ ମଧ୍ୟ ଏଭଳି ଭରସା ଦେବା ଦରକାର ଯେ, ୨୦୨୬ରୁ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଲୋକସଭା ଆସନର ସୀମା-ନିର୍ଦ୍ଧାରଣର ଏହାର ପରିଣାମ ବଜାୟ ରହିବ।’