
ରସୁଲଗଡ- ବାଣୀବିହାର ଓଭରବ୍ରିଜ ଉପରେ ସଂଘଟିତ ସହଦେବ ହତ୍ୟା ଘଟଣା ଉପରୁ ଉଠୁଛି ଗୋଟିଏ ପରେ ଗୋଟିଏ ପରଦା । ପ୍ରତିଟି ପରଦା ପଛ ପଟରୁ ବାହାରିଆସୁଛି ଅତି ଲୋମହର୍ଷଣକାରୀ ଘଟଣା । ପୋଲିସ ଆଗରେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ସେ ଲୋମ ଟାଙ୍କୁରା ଘଟଣା । ସହଦେବକୁ ମାରିବାକୁ ଅଭୁଯୁକ୍ତ ମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ । ଆଉ ତା’ପରେ ତାଙ୍କୁ କାବୁକରି ହାଣି ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଥିଲେ।
ସହଦେବଙ୍କୁ କାବୁ କରିବା ପରେ ୩ଜଣ ଅଭିଯୁକ୍ତ ମାଡ଼ିବସିଥିଲେ ଏବଂ ଜଣେ ଅଭିଯୁକ୍ତ ସହଦେବର ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ହାଣି ଶରୀରରୁ ଅଲଗା କରିଥିଲା ଆଉ ସେ ଅଭିଯୁକ୍ତ ଜଣକ ହେଉଛି ଲିପିକା । ଏ ସବୁ ଘଟଣା ଘଟିଥିଲା ସେହି କ୍ରାଇମସ୍ପଟ ରସୁଲଗଡ଼-ବାଣୀବିହାର ଓଭରବ୍ରିଜ ଉପରେ । ପ୍ରଥମେ ୨ଜଣ ଅଭିଯୁକ୍ତ ସେଠାରୁ ଫେରାର ମାରିଥିବା ବେଳେ ପରେ ସ୍ୱାମୀ-ସ୍ତ୍ରୀ ଲକ୍ଷ୍ମୀଧର ଓ ଲିପିକା ବ୍ୟାଗରେ ଧାରୁଆ ଅସ୍ତ୍ରକୁ ପୂରାଇ ହତ୍ୟାକାଣ୍ଡ ସ୍ଥଳରୁ ଫେରାର ମାରିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।
ଏହି ଘାଟଣାକୁ ନେଇ ପୋଲିସ ଏବେ ଜୋରଦାର ତଦନ୍ତ କରୁଛି । ସହଦେବ ହତ୍ୟା ଘଟଣାରେ ୫ ଜଣଙ୍କୁ ବାନ୍ଧି ସାରିଛି । ହେଲେ ଏବେବି ଆହୁରି ଜଣେ ଅଭିଯୁକ୍ତ ଫେରାର ଥିବା ଡିସିପି କହିଛନ୍ତି । ସେପଟେ କ୍ରାଇମ୍ ସ୍ପଟକୁ ଯାଇ ସବୁ ମାନିଛି ଲକ୍ଷ୍ମୀଧର । ରାକ୍ଷସୀ ଲିପିକା ବି ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର । ସେଦିନର ସକାଳେ ଘଟାଇଥିବା ଵୀଭତ୍ସ ହତ୍ୟାର ସତକୁ ଆଦାୟ କରୁଛି ପୋଲିସ ।
ତେଵେ ଏହି ଘଟଣାରେ ଷଷ୍ଠ ଅଭିଯୁକ୍ତକୁ ପୋଲିସ କେବେ ଗିରଫ କରୁଛି । ଆଉ ୟା ପଛରେ ଆହୁରି ସତ କଣ ଲୁଚି ରହୁଛି ତା ଦେଖିବାକୁ ବାକିରହିଲା ।