

କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଠକେଇ ଅଭିଯୋଗ ମାମଲାରେ କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ ଇ,ଓ, ଡବ୍ଲ୍ୟୁ,। ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍। ରାଜ୍ୟର ସମସ୍ତ ମାଇନ୍ସ କରିଡର୍ ର ଚେକ୍ ପଏଣ୍ଟରେ ରେଡ୍ ହେଉଛି l ଏପରିକି ରାଜ୍ୟର ସମସ୍ତ ମାଇନ୍ସ କରିଡର ଚେକ୍ ପଏଣ୍ଟରେ ରେଡ୍ କରାଯାଇଥିବା ସୂଚନା ମିଳିଛି।
ସୂତ୍ରରୁ ଜଣାପଡ଼ିଛି ଯେ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ଜାରି ରହିଥିବା ସମୟରେ ତଦନ୍ତ ସମୟରେ ସାଂଘାତିକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଶହେ କୋଟି ନୁହେଁ, ବରଂ ୫ ଶହ କୋଟି ଟଙ୍କାର ହେରଫେର ହୋଇଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ । ରାଜା ଚକ୍ର ଦ୍ବାରା ପରିଚାଳିତ ହୋଉଥିବା ଟ୍ରାନ୍ସପୋର୍ଟ ଏଜେନସି ଅଧିନରେ ପ୍ରାୟ ୧୪ ଶହ ଗାଡ଼ି ରହିଥିବା ବେଳେ ସେହି ଗାଡ଼ି ଗୁଡ଼ିକର ପଞ୍ଜିକରଣ ସମୟରେ ମାତ୍ର ୧୦ଟି ମୋବାଇଲ ନମ୍ବର ଦିଆ ଯାଇ ଥିବା ଜଣା ପଡିଛି ।
କେବଳ ସେତିକି ନୁହେଁ ଖଣିଜ ପଦାର୍ଥ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ ଡିଜେଲ ପକାଇବା ଆଳରେ ମିଥ୍ୟା ବିଲ କରି ପ୍ରାୟ ୫୦ କୋଟି ଟଙ୍କା ଚଳୁହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।
ନିଜ ଚକ୍ରବ୍ୟୂହରେ ଫସିଲେ ରାଜା ଚକ୍ର - ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିରେ ଆର୍ଥିକ ଅନିୟମିତତାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ରାଜା ଚକ୍ରଙ୍କ କଳା କାରବାରର ପୂରା ଚିଠା ମିଳି ଯାଇଛି । ରାଜା ଚକ୍ରଙ୍କ ଦ୍ବାରା ପରିଚାଳିତ ଟ୍ରାନ୍ସପୋର୍ଟ ଏଜେନସି ଅଧୀନରେ ପ୍ରାୟ ୧୪ ଶହ ଗାଡ଼ି ରହିଥିବା ଜଣା ପଡିଛି । ଆଶ୍ଚର୍ଯ୍ୟର ବିଷୟ ଯେ ମାତ୍ର ୧୦ଟି ମୋବାଇଲ ନମ୍ବରକୁ ବ୍ୟବହାର କରି ୧୪ ଶହ ଗାଡ଼ିର ପଞ୍ଜିକରଣ କରାଯାଇଛି । ସେହି ୧୪୦୦ ଗାଡ଼ି ମଧ୍ୟରୁ ରାଜା ଚକ୍ରଙ୍କ ମୋବାଇଲ ନମ୍ବର ବ୍ୟବହାର କରି ୧୩ଟି ଗାଡ଼ି ରହିଥିବା ବେଳେ, ସହଯୋଗୀ ସୁଧାଂଶୁ ଶେଖର ନାୟକଙ୍କ ମୋବାଇଲ ନମ୍ବରରେ ୩୨ଟି ଗାଡ଼ି ପଞ୍ଜୀକୃତ ହୋଇଛି ।
କେବଳ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ନୁହେଁ
, ବରଂ ପୂରା କେନ୍ଦୁଝର ଜିଲ୍ଲାର ଖଣିଜ ପଦାର୍ଥର ଲୋଡିଂ ଅନଲୋଡିଂ କାର୍ଯ୍ୟକୁ କ୍ଷମତା ବଳରେ ନିଜ ହାତକୁ ନେଇଥିଲେ ରାଜା ଚକ୍ର । ଜିଲ୍ଲାରେ ଥିବା ଷ୍ଟିଲ ପ୍ଲାଣ୍ଟଗୁଡ଼ିକର ମାଲ ପରିବହନ ମଧ୍ୟ ରାଜାଙ୍କ ଇସାରରେ ହେଉଥିଲା । ଲୋଡିଂ ପାଇଁ କେବଳ ରାଜା ଚକ୍ରଙ୍କ ଗାଡ଼ି ହିଁ ବ୍ୟବହାର ହେଉଥିଲା ଏବଂ ଏଥିପାଇଁ ମନ ଇଚ୍ଛା ଦର ମଧ୍ୟ ଧାର୍ଯ୍ୟ କରାଯାଉଥିଲା। ଗନ୍ଧମାର୍ଦ୍ଦନ ଖଣି ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳର ବିକାଶ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ କର୍ମସଂସ୍ଥାନ ଯୋଗାଇବା ଆଳର ୨୦୨୦ରୁ ୨୦୨୪ ମସିହା ମଧ୍ୟରେ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡିଛି । ପ୍ରାୟ ୩୦ କୋଟି ଟଙ୍କା ନଗଦ ଆକାରରେ ସ୍ଥାନୀୟ ଲୋକଙ୍କୁ ବଣ୍ଟା ଯାଇଛି । ସ୍ଥାନୀୟ ଲୋକଙ୍କ ସମମର୍ଥନ ପାଇବା ଆଶାରେ ରାଜା ଏହି ଟଙ୍କା ବାଣ୍ଟୁଥିଲେ ।
ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଜେରା ପରେ ଫିଟୁଛି ତାଙ୍କ କଳା ସାମ୍ରାଜ୍ୟର ଗୁମର କେବଳ ଲୁହା ପଥର ନୁହେଁ, ଲଘୁ ଖଣିଜ ଦ୍ରବ୍ୟ ଉପରେ ମଧ୍ୟ ଆଧିପତ୍ୟ ବିସ୍ତାର କରିଥିଲେ ରାଜା ଚକ୍ର । ପ୍ରଶାସନକୁ ହାତବାରିସୀ କରି ସେ କ୍ରସର୍ ସାମ୍ରାଜ୍ୟ ଚଳାଇଥିବା ଅଭିଯୋଗ ହୋଇଛି । ଏଭଳି ଲୁଟ୍ ହୋଇଥିବା ଏକ ପଥର ଖାଦାନ ହେଉଛି ଘଟଗାଁ ତହସିଲ୍ ଅନ୍ତର୍ଗତ ରୁଟିଶିଳା ପଥର ଖାଦାନ । ଏଠାରୁ କୋଟି କୋଟି ଟଙ୍କାର ଲଘୁ ଖଣିଜ ପଦାର୍ଥ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏହି ପଥର ଖାଦାନ ଚାରିପଟେ ମେଘନାଦ ପାଚେରୀ ଭଳି ମାଟି ଗଦା କରି ଏହାକୁ ଦୃଷ୍ଟି ଆଢୁଆଳରେ ରଖାଯାଇଥିଲା ।
ଏଭଳି ଭାବେ ଧାନବେଣୀ, ଆମ୍ବଡହରା, ରଘୁନାଥପୁର ପରି ବିଭିନ୍ନ ପଥର ଖାଦାନରେ ସେ ଏକଚାଟିଆ ଭାବେ କାରବାର କରୁଥିଲେ । ଏଥିସହ, ଗୋପାଳପୁର ଠାରେ ରାଜା ଚକ୍ରଙ୍କର ୧୦ ଏକର ପରିମିତ ଆଲିଶାନ୍ ଫାର୍ମହାଉସ୍ କିଭଳି ଭାବେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ନିର୍ମିତ ହେଲା, ସେନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।
କେନ୍ଦୁଝର ସାଂସଦ କହିଛନ୍ତି ଯେ, ପୂର୍ବ ସରକାରରେ ନେତା ଓ ପ୍ରଶାସକଙ୍କ ଛତ୍ରଛାୟାରେ ରହି ରାଜା ଚକ୍ର କୋଟି କୋଟି ଟଙ୍କା ହରିଲୁଟ୍ କରୁଥିଲେ । ବିଜେପି ସରକାର ସେସବୁର ପର୍ଦ୍ଦାଫାସ୍ କରିଛନ୍ତି ଆଉ ଦୁର୍ନୀତିରେ ସଂପୃକ୍ତି ନେତା ଓ ପ୍ରଶାସକଙ୍କ ବିରୋଧରେ ଆକ୍ସନ ନେବାକୁ ସେ ଦାବି କରିଛନ୍ତି
। ରାଜା ଚକ୍ରଙ୍କ ଘରେ ରେଡ୍ ଘଟଣାରେ ତାଙ୍କରି ଦଳର ବରିଷ୍ଠ ନେତା ତଥା ବିଧାୟକ ବଦ୍ରିନାରାୟଣ ପାତ୍ର ତେର୍ଛା ବାଣ ମାରିଛନ୍ତି।
ସେ କହିଛନ୍ତି ଯେ ରାଜା ଚକ୍ର କେବଳ କେନ୍ଦୁଝର ଜିଲ୍ଲା ନୁହେଁ , ସେ ମୋ ଗାଁ ଲୋକ । ଯେଉଁଠି ସେ ଟଙ୍କା ଧନ , ସମ୍ପତ୍ତି ରଖିଛନ୍ତି
, ସେଇଠୁ ବାହାରୁଛି । ଦଳରେ ବହୁତ ଲୋକ ,କିଏ ଦଳ କାମ ତ ଆଉ କିଏ ବେପାର କରୁଛି । ସେମାନେ ଦଳ ଅପେକ୍ଷା ବେପାରକୁ ଗୁରୁତ୍ୱ ଦେଉଥିଲେ । ବିଜେଡିକୁ ବ୍ୟବହାର କରି ଅର୍ଥ ଉପାର୍ଜନ ନା ନାହିଁ ତଦନ୍ତରୁ ଜଣାପଡିବ। ଦୁର୍ନୀତିଖୋରଙ୍କ ବିରୋଧରେ ଆକ୍ସନ ନିଆଯାଉ ବୋଲି ସେ ଆହୁରି କହିଛନ୍ତି ।
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ନେଇ ଗତ ଫେବୃଆରୀ ୩ ତାରିଖରେ ଇଓଡବ୍ଲୁରେ ଏତଲା ହେଲା । କିନ୍ତୁ ଏତାଲାରେ ରାଜାଙ୍କ ନାଁ ନ ଥାଇ ମଧ୍ୟ ନିଜ ଗିରଫଦାରୀକୁ ଏଡାଇବା ପାଇଁ ସେ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ଆଣିଥିଲେ । ଅନ୍ତରୀଣ ସୁରକ୍ଷା ଅବଧି ଆସନ୍ତା ୧୧ ତାରିଖରେ ଶେଷ ହେଉଥିବା ବେଳେ ତା ପରେ ରାଜାଙ୍କ ପାଇଁ ବିପଦ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।