
ନିର୍ବାଚନର ୬ ମାସ ପରେ ଓଡ଼ିଶାରେ ନିର୍ବାଚିତ ବିଜେପିର ୨୦ ଜଣ ଯାକ ଲୋକସଭା ସାଂସଦଙ୍କ କାର୍ଯ୍ୟଦକ୍ଷତା କେତେ ଏବଂ ନିଜ ଅଞ୍ଚଳରେ ସେମାନଙ୍କ ଲୋକପ୍ରିୟତା କମିଛି ନା ବଢିଛି , ଏଭଳି କେତେକ ମାପଦଣ୍ଡକୁ ନେଇ ଆରମ୍ଭ ହୋଇଛି ସର୍ଭେ। ସାଂସଦଙ୍କ କାର୍ଯ୍ୟଧାରାକୁ ନେଇ ସମୀକ୍ଷା କରୁଛନ୍ତି ବିଜେପିର କେନ୍ଦ୍ରୀୟ ଉଚ୍ଚ ନେତୃତ୍ଵ। ହେଲେ ଏହି ସର୍ଭେ ଆଧାରରେ ବିଜେପି ରାଜ୍ୟରେ ହେବାକୁଥିବା ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
୨୦୨୪ ନିର୍ବାଚନର ଓଡ଼ିଶାରେ ୨୧ ଲୋକସଭା ଆସନରୁ ୨୦ଟି ଆସନରେ ବାଜିମାତ କରିଛି ବିଜେପି। କେବଳ କୋରାପୁଟ ସିଟକୁ ଛାଡିଦେଲେ ଆଉ ଏମପି ସିଟରେ ପଦ୍ମ ଫୁଟାଇବାରେ ସଫଳ ହୋଇଛି ବିଜେପି। ଅହା ଭିତରେ ନିର୍ବାଚନକୁ ୬ ମାସ ବାତିଲାଣି। ଆଉ ଏହି ସମୟ ଭିତରେ ଓଡ଼ିଶାର ୨୦ ବିଜେପି ସାଂସଦଙ୍କ ପପୁଲାରିଟି ଏବଂ ପର୍ଫମାନ୍ସ କିଭଳି ରଖିଛି ତାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା। କେନ୍ଦ୍ରରେ ଥିବା ସରକାର ଏବଂ ବିଜେପିର ଟପ ବ୍ରାସ ସାଂସଦଙ୍କ କାର୍ଯ୍ୟଧାରାକୁ ନେଇ ଆରମ୍ଭ କରିଛନ୍ତି ସର୍ଭେ।
ସୂଚନା ଅନୁସାରେ ବିଜେପି ଏମପିଙ୍କ ପପୁଲାରିଟି ଏବଂ ପର୍ଫମାନ୍ସକୁ ନେଇ ସର୍ଭେ ହେଉଛି । ସଂସଦ ଭବନରେ ବିଜେପି ସାଂସଦଙ୍କ ପ୍ରଦର୍ଶନ କେମିତି ? ସାଂସଦମାନେ କେତେ ଆଲୋଚନାରେ ଭାଗ ନେଇଛନ୍ତି ? ନିଜ ଅଞ୍ଚଳ ବା ରାଜ୍ୟ ସମ୍ପର୍କରେ କି ପ୍ରଶ୍ନ ପଚାରିଛନ୍ତି କି ? ସାଂସଦ ମାନେ କିଭଳି ଜନ ସମ୍ପର୍କ ରକ୍ଷା କରୁଛନ୍ତି ? ନିର୍ବାଚନମଣ୍ଡଳୀରେ ସାଂସଦଙ୍କୁ ନେଇ ଲୋକେ ଖୁସି ଅଛନ୍ତି କି ?ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସାଂସଦଙ୍କ ମଧ୍ୟରେ ସମ୍ପର୍କ କିପରି ?
ସେପଟେ ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି ବିଜେପିର ୨୦ ସାଂସଦଙ୍କ ପ୍ରଦର୍ଶନ ଭଲ ରହିଛି। ବିଜେପିର ସ୍ବତନ୍ତ୍ର ” ଆପ୍ ” ରହିଛି। ଯେଉଁଥିରେ ନିଜ ନିଜ ସଂସଦୀୟ କ୍ଷେତ୍ରର ସମସ୍ତ ବିବରଣୀ ଦିଆଯାଉଛି ।
ରାଜନୈତିକ ଦୃଷ୍ଟିକୋଣରୁ ବିଜେପିର ରଣନୀତି ବେଶ ଗୁରୁତ୍ବପୂର୍ଣ ମନେହୁଏ। ବିଜେପି ଗୋଟିଏ ପଟେ ପଞ୍ଚାୟତ ପ୍ଲାନ ପାଇଁ ପ୍ରସ୍ତୁତ ହେଉଛି। ଏପରି ସମୟରେ ସାଂସଦମାନଙ୍କ ପରଫରମାନ୍ସ ରିପୋର୍ଟ ଦଳୀୟ ରଣନୀତି ଏକ ବଡ ପାର୍ଟ ବୋଲି ଚର୍ଚ୍ଚା ହେଉଛି।